
ପାଟଣା,୮।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇ ଟାଙ୍ଗିରୀସ୍ଥିତ ବିଶ୍ୱବିନାୟକ ଡିଗ୍ରୀ କଲେଜ ଯୁବ ରେଡକ୍ରସ ଶାଖା ତରଫରୁ ଓଡ଼ିଆ ପକ୍ଷ ଉପଲକ୍ଷେ ମଙ୍ଗଳବାର ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୩୪ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ନୂତନ ରକ୍ତଦାତା ସୃଷ୍ଟି ଉଦ୍ଦେଶ୍ୟରେ କଲେଜ ପକ୍ଷରୁ ଏଭଳି ପ୍ରୟାସ ଆରମ୍ଭ ହୋଇଛି।
ଆୟୋଜିତ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ରବିନାରାୟଣ ମହାନ୍ତଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଭାବେ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ଅଧ୍ୟାପକ
ହିମାଂଶୁ ଶେଖର ମହାନ୍ତ, ସହକାରୀ ଅଧ୍ୟାପକ ମହିଳା ମହାବିଦ୍ୟାଳୟ କେନ୍ଦୁଝର ବିଷ୍ଣୁ ଚରଣ ଦାସ, ସାମାଜିକ କର୍ମୀ ଅଶୋକ କୁମାର ମହାନ୍ତ, ଶୁଲଗ୍ନା ସୁଶାନ୍ତ ପ୍ରମୁଖ ସାମିଲ ହୋଇଥିଲେ।