ଚାଲିଥିଲା କଂଗ୍ରେସ କର୍ମୀ ସମ୍ମିଳନୀ: ବିନ୍ଧିଲା ମହୁମାଛି

କୁଆଁରମୁଣ୍ଡା,୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିକଟସ୍ଥ ଡାଇରେକ୍‌ଟର୍ସ ବଙ୍ଗଳାରେ ବୁଧବାର କଂଗ୍ରେସ କର୍ମୀ ସମ୍ମିଳନୀ ଆୟୋଜନ ହୋଇଥିଲା। ଏହି ସମୟରେ ନିକଟ ଜଙ୍ଗଲରୁ ମହୁମାଛି ଉଡ଼ିଆସି କେତେକ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ୨/୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ପଠାଯାଇଛି। ତେବେ ଉକ୍ତ ବଙ୍ଗଳାଠାରୁ କିଛିଦୂରରେ ସ୍ବାଭାବିକ ଭାବେ ପୁନର୍ବାର ବୈଠକ ହୋଇଛି। ତେବେ ଏହି ଘଟଣା ପରେ କଂଗ୍ରେସ କର୍ମୀ ଅଜଥା ଗୁଜବ ପ୍ରଚାର ହେଉଥିବା ସୂଚନା ଦେଇଛନ୍ତି।

Share