ଚାଲିଲେ ହେବେ ଦୀର୍ଘାୟୁ

ଯଦି ଆପଣ ଦୀର୍ଘାୟୁ ଏବଂ ସୁସ୍ଥ ଶରୀର ପାଇବାକୁ ଚାହଁୁଛନ୍ତି ତେବେ ତୀବ୍ର ବେଗରେ ଚାଲିବା ଆରମ୍ଭ କରନ୍ତୁ। ଏହାଦ୍ୱାରା ହୃଦୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସମସ୍ୟା ଯୋଗୁ ସୃଷ୍ଟି ହେଉଥିବା ମୃତ୍ୟୁ ଆଶଙ୍କା ହ୍ରାସପାଏ। ଏକ ଗବେଷଣାରୁ ଜଣାପଡ଼ିଛି, ଧୀରେ ଧୀରେ ଚାଲୁଥିବା ଲୋକଙ୍କ ତୁଳନାରେ ଦ୍ରୁତ ବେଗରେ ଚାଲୁଥିବା ଲୋକଙ୍କଠାରେ ହୃଦୟ ସମ୍ବନ୍ଧୀୟ ରୋଗଯୋଗୁ ମୃତ୍ୟୁ ଆଶଙ୍କା ୨୧ ପ୍ରତିଶତ ହ୍ରାସ ପାଇଥାଏ। ସିଡ୍‌ନୀ ବିଶ୍ୱବିଦ୍ୟାଳୟର ଚାର୍ଲସ୍‌ ପର୍‌କିନ୍ସ ସେଣ୍ଟର୍‌ ଆଣ୍ଡ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ପ୍ରଫେସର୍‌ ଏମାନୁଏଲ୍‌ ଷ୍ଟାମାଟୋକିସ୍‌ଙ୍କ ମତରେ, ତୀବ୍ର ଗତିରେ ଚାଲିବା ଦ୍ୱାରା ଶାରୀରିକ ସଞ୍ଚାଳନ ପ୍ରଖର ହୋଇଥାଏ। ଯାହାଦ୍ୱାରା ମୃତ୍ୟୁହାର ଆଶଙ୍କା ହ୍ରାସ ପାଇଥାଏ। ତେବେ, ଏପର୍ଯ୍ୟନ୍ତ ସେଭଳି କୌଣସି ଗବେଷଣା ହୋଇନାହଁି ଯେ ତୀବ୍ର ଗତିରେ ଚାଲିବା ଦ୍ୱାରା କ୍ୟାନସର୍‌ ମୃତ୍ୟୁ ଆଶଙ୍କା ଉପରେ କୌଣସି ପ୍ରଭାବ ପଡ଼ିଥାଏ। ସେ ଆହୁରି ମଧ୍ୟ କହିଛନ୍ତି, ତୀବ୍ର ଗତିରେ ଘଣ୍ଟା ପ୍ରତି ଅତିକମ୍‌ରେ ୫ ରୁ ୭ କିଲୋମିଟର ଚାଲିବା ଦରକାର।