ଚାଲି ଚାଲି ଗାଁକୁ ଫେରୁଛନ୍ତି ଶ୍ରମଜୀବୀ

ଆରଡି, ୧୨ା୪(ଡି.ଏନ.ଏ.)-ନିଜ ଭିଟାମାଟି ଛାଡି ଅନ୍ୟ ଜିଲାରେ କାମ କରୁଥିବା ଆଦିବାସୀ ସମ୍ପ୍ରଦାୟର ଶ୍ରମଜୀବୀମାନେ ଲକଡାଉନ ଯୋଗୁ ଏବେ କାମଧନ୍ଦା ନ ପାଇ ଦିନକୁ ଦି ଓଳି ଖାଇବାକୁ ପାଉନାହାନ୍ତି। ସେମାନେ ନିଜ ନିଜ ଗଁାକୁ ବାହୁଡିବା ଆରମ୍ଭ କରିଛନ୍ତି। ରବିବାର ସକାଳେ ଶହ ଶହ ଶ୍ରମଜୀବୀ ଆରଡି ଭଦ୍ରକ ରାଜ୍ୟ ରାଜପଥରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ଏମାନଙ୍କ ମଧ୍ୟରେ ବହୁତ ଛୋଟପିଲା ମଧ୍ୟ ଅଛନ୍ତି। ସେମାନଙ୍କ କହିବା ଅନୁଯାୟୀ ୨ମାସ ତଳେ ଜଣେ ଠିକାଦାରଙ୍କ କଥାରେ ଯାଜପୁର ଅଞ୍ଚଳକୁ କାମ କରିବାକୁ ଆସିଥିଲେ। ଲକଡାଉନ ଯୋଗୁ ସେମାନେ କାମ ପାଇବା ତ ଦୂରର କଥା ଠିକାଦାର ଶନିବାର ସେମାନଙ୍କୁ ଘରକୁ ଚାଲିଯିବାକୁ କହିଥିଲେ। ସେମାନେ ମୟୂରଭଞ୍ଜ ଜିଲାର ଏକ ସ୍ଥାନକୁ ଯିବା କଥା କହିଛନ୍ତି। ଭୋକ ଓପାସରେ ସେମାନେ ଚାଲି ଚାଲି ଯାଉଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ସାହାଯ୍ୟ ସେମାନେ ପାଇ ନ ଥିବା କହିଛନ୍ତି। ଠିକାଦାର ବି ସେମାନଙ୍କୁ ତାଙ୍କ ପାରିଶ୍ରମିକ ଦେଇ ନ ଥିବା ପ୍ରକାଶ କରିଛନ୍ତି। ୩ଦିନ ପରେ ସେମାନେ ଘରେ ପହଞ୍ଚିବେ ା ସେମାନଙ୍କୁ ପ୍ରଶାସନ ପକ୍ଷରୁ ପହଞ୍ଚାଇବାକୁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।