ଚାଲି ଚାଲି ଗ୍ରାମକୁ ବାହାରିଲେ ୨୨ ଶ୍ରମିକ

ବାଲିଅନ୍ତା,୨୮ା୩(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତାଲାବନ୍ଦର ପ୍ରଭାବ ଗରିବ ଶ୍ରେଣୀର ଶ୍ରମିକଙ୍କ ଉପରେ ପଡ଼ିଛି। ଲକଡାଉନ କଟକଣା ପରେ ରାଜଧାନୀ ଉପକଣ୍ଠ ଉତ୍ତରା ଅଞ୍ଚଳରେ ଥିବା ଏକ ଇଟାଭାଟି ବନ୍ଦ ହୋଇଯାଇଛି। ଏଥିଯୋଗୁ ଏଠାରେ କାର୍ଯ୍ୟରତ ଶ୍ରମିକମାନେ ଏବେ ହଟହଟା ହୋଇଛନ୍ତି। କାମ ବନ୍ଦ ହୋଇଥିବାରୁ ୧ମାସ ତଳେ ଇଟାଭାଟି କାର୍ଯ୍ୟ ପାଇଁ ଭଦ୍ରକର ଚାନ୍ଦବାଲି ଅଞ୍ଚଳରୁ ଆସିଥିବା ୨୨ଜଣ ଶ୍ରମିକ ଏବେ ଚାଲି ଚାଲି ଗଁ। ଅଭିମୁଖେ ବାହାରିଛନ୍ତି। ଶୁକ୍ରବାର ସକାଳ ୭ଟାରେ ଉତ୍ତରାରୁ ବାହାରିଥିବା ଏହି ଶ୍ରମିକମାନେ ଖରାରେ ଚାଲି ଚାଲି ଅପରାହ୍ନ ୨ଟା ସମୟରେ ବାଲିଅନ୍ତାରେ ପହଞ୍ଚତ୍ଥିଲେ। ଏହି ଶ୍ରମିକମାନେ ଭୋକଉପାସରେ ଥିବା ଜାଣି ବାଲିଅନ୍ତା ବଜାରର ଜଣେ ବ୍ୟକ୍ତି ଲେମ୍ବୁ ପାଣି ଦେଇଥିଲେ। ସେଠାରୁ ସେମାନେ ହଂସପାଳ ହୋଇ କଟକ ପରେ ୧୫୦କିମି ଭଦ୍ରକ ଅଭିମୁଖେ ବାହାରିଛନ୍ତି। ଭୟ ଓ ଆଶଙ୍କାରେ ଥିବା ଏହି ୨୨ଜଣ ଶ୍ରମିକଙ୍କୁ ସେମାନଙ୍କ ଗ୍ରାମରେ ପହଞ୍ଚାଇବା ଲାଗି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

Share