Categories: ଜାତୀୟ

ଚାଲି ଚାଲି ନାମାଙ୍କନ ପତ୍ର ଦାଖଲ କରିବାକୁ ଗଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ପୂର୍ବ ଦିଲ୍ଲୀର ପଟପରଗଞ୍ଜ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ସିସୋଦିଆ ନିଜ ସମର୍ଥକଙ୍କ ସହ ଏକ ପଦଯାତ୍ରାରେ ବାହାରି ନାମାଙ୍କନ ଦାଖଲ କରିଥିଲେ। ୨୦୧୫ ବିଧାନସଭା ନିର୍ବାଚନରେ ସେ ଭାଜପାର ବିନୋଦ କୁମାରଙ୍କୁ ପରାସ୍ତ କରିଥିଲେ। ଫେବୃୟାରୀ ୮ ତାରିଖରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ପଟପରଗଞ୍ଜବାସୀଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ଯୋଗୁ ପୁଣି ମୁଁ ଏଠାରୁ ନିର୍ବାଚନ ଲଢିବାକୁ ଯାଉଛି ବୋଲି ନାମାଙ୍କନ ପୂର୍ବରୁ ସିସୋଦିଆ କହିଛନ୍ତି।

Share