Categories: ଜାତୀୟ

ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ ଆଶ୍ରୟ ଦିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୫: କରୋନା ଭାଇରସ ସଂକ୍ରମଣକୁ ଏଡାଇବାକୁ ଯାଇ ଦେଶରେ ଚାଲିଥିବା ଲକ୍‌ଡାଉନ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି ପ୍ରବାସୀ ଶ୍ରମିକ। ଏମାନେ ନିଜ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ବେଳେ ଯାନବାହାନ ଚଳାଚଳ ବନ୍ଦ ଥିବାରୁ କେହି କେହି ହଜାର ହଜାର କିଲୋମିଟର ଚାଲି ଚାଲି ତ ପୁଣି କିଏ ସାଇକେଲରେ ନିଜ ନିଜ ରାଜ୍ୟରେ ପହଞ୍ଚିଥିବା ଖବର ମିଳୁଛି। ତେବେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଏକ ଆବେଦନର ଶୁଣାଣି କରି ଗୁରୁବାର କୋର୍ଟ କହିଛନ୍ତି, ଯେଉଁ ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ଘରକୁ ଫେରୁଛନ୍ତି ସେମାନଙ୍କୁ ତୁରନ୍ତ ଖାଦ୍ୟ ଯୋଗାଇଦେବା ସହ ରହିବାର ବ୍ୟବସ୍ଥା ମଧ୍ୟ କରାଯାଉ। ସୂଚନାଯୋଗ୍ୟ, ପ୍ରବାସୀ ଶ୍ରମିକଙ୍କ ପାଇଁ ଏପର୍ଯ୍ୟନ୍ତ ସରକାର ୩,୭୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଇବା ସହ ଲକ୍ଷ ଲକ୍ଷ ଶ୍ରମିକ ସେମାନଙ୍କ ରାଜ୍ୟରେ ପହଞ୍ଚି ସାରିଲେଣି। ଏମିତିକି ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଥିବା ବେଳେ ଅନେକ ସ୍ଥାନରେ ଏଥିରେ ବିଡମ୍ବନା ଦେଖାଯାଇଥିବା ଖବର ମଧ୍ୟ ଆସିଛି।

Share