Advertisement

ଚାଳ ଘର ଓ ଗଛରେ ଓହଳୁଛି ମୋବାଇଲ

ହାଟଡିହୀ,୨୮।୧୨(ଡି.ଏନ.ଏ.)-ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା କାର୍ଯ୍ୟକାରୀ ହେବା ସତ୍ତ୍ୱେ ଏବେବି କେନ୍ଦୁଝର ଜିଲାର ବଣପାହାଡ ଘେରା ବହୁ ଅଞ୍ଚଳରେ ଟାୱାର ସେବା ନ ଥିବାରୁ ମୋବାଇଲ ଫୋନ କାମକୁୁ ଆସୁ ନାହିଁ ା ସିମ୍‌ କାର୍ଡ଼ ପଡିଥିଲେ ବି ଟାୱାର ସିଗ୍‌ନାଲ ଆସୁ ନ ଥିବାରୁ ଲୋକେ ମୋବାଇଲ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ଆଦିବାସୀ ବହୁଳ କେ.ବାଲପାଳ ପଞ୍ଚାୟତର ରାଇଘାଟି-୧, ରାଇଘାଟି-୨, ଭଅଁରା, ମଇରା ଆଦି ଗ୍ରାମରେ ମୋବାଇଲ ସେବା ପାଇବା ଲାଗି ଲୋକେ ଗଛ ଡ଼ାଳ ଏବଂ ଚାଳ ଘର ବାଉଁଶରେ ଓହଳାଇ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି । ଆଦିବାସୀ କେ.ବାଲିପାଳ ପଞ୍ଚାୟତ କାର୍ଯ୍ୟାଳୟରେ ଇଣ୍ଟରନେଟ୍‌ ସୁବିଧା ନାହିଁ । ଗ୍ରାମ ଓ ଏହାପାଖରେ ଟାୱାର ନ ଥିବାରୁ ଲୋକେ ଯେଉଁ ଗୋଟିଏ ଗୋଟିଏ ସ୍ଥାନକୁ ଟାୱାର ଆସୁଛି, ସେଠାକୁ ଯାଇ ସେହି ସ୍ଥାନରେ ମୋବାଇଲକୁ ଓହଳାଇ ରଖି କଥା ହେଉଛନ୍ତି। ସେହି ଗାଁର ଲୋକେ ଉଚ୍ଚା ପଥର, ଗଛ କିମ୍ବା ପିଣ୍ଢା ଉପରେ ଠିଆ ହୋଇ ଫୋନ୍‌ରେ କଥାବାର୍ତା କରୁଛନ୍ତି। ଡ଼ିଜିଟାଲ ଇଣ୍ଡିଆ ଯୋଜନା ଏଠାକାର ଆଦିବାସୀ ଅଞ୍ଚଳ ଲାଗି ବର୍ତ୍ତମାନ ସୁଦ୍ଧା ସ୍ବପ୍ନ ହୋଇ ରହିିଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share