ଚାଷକାର୍ଯ୍ୟରୁ କଟକଣା ଉଠିବା ପରେ ଚାଷୀଙ୍କ ମଧ୍ୟରେ ଉତ୍ସାହ: ଦାରିଙ୍ଗବାଡ଼ିରେ ଚାଲିଛି ହଳଦୀ ଚାଷ

ଦାରିଙ୍ଗବାଡ଼ି,୧୮ା୪(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା ଅବଧି ବୃଦ୍ଧି ପାଇଛି ା ଆସନ୍ତା ମେ’୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଳବତ୍ତର ରହିଥିବା ବେଳେ ସରକାର ଚାଷକାର୍ଯ୍ୟ ପାଇଁ ଏହି ନିୟମକୁ କୋହଳ କରିଛନ୍ତି। ଫଳରେ ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଚାଷୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ପ୍ରମୁଖ ଚାଷ ଭାବେ କନ୍ଧମାଳ ଜିଲାର ହଳଦୀ ହୋଇଥିବା ବେଳେ ଏହା କୃଷକର ମେରୁଦଣ୍ଡ ବୋଲି କୁହାଯାଉଛି। ଏହି ଚାଷ ସମୟରେ ସାମାଜିକ ଦୂରତ୍ୱକୁ ମାନିବାକୁ ପରାମର୍ଶ ଦିଆଯାଇଛି। ତେବେ ଚାଷ ସମୟରେ ଏହାକୁ ଚାଷୀ ଏବଂ ତାଙ୍କ ପରିବାର ମାନୁଛନ୍ତି। ଚାଷୀମାନେ ନିଜ ଜମିରେ ଭୋର୍‌ ସମୟରେ ପହଞ୍ଚି ପୂର୍ବାହ୍ନ ୧୧ଟା ସୁଦ୍ଧା ଘରକୁ ଫେରୁଛନ୍ତି। ଉକ୍ତ ବ୍ଳକର ବୁଡ଼ାଗୁଡ଼ା, ଗୁମିକିଆ, ସିମନବାଡ଼ି, ବାଡାବାଙ୍ଗା, କିରିକୁଟି, ପର୍ତ୍ତମାହା, ଭ୍ରମରବାଡ଼ି, ସିଆଙ୍ଗବାଲି, ଦାସିଂବାଡ଼ି ପଞ୍ଚାୟତରେ ଚାଷୀ ହଳଦୀ ଚାଷକାର୍ଯ୍ୟକୁ ତ୍ୱରାନ୍ବିତ କରୁଥିବା ଦେଖିବାକୁ ମିଳିଛି।

Share