ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ

ଖଇରା,୧୧।୧୧(ଡି.ଏନ.ଏ.)- ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଖଇରା ବ୍ଲକର ୮୦ଭାଗ ଧାନ ପାଣିରେ ବୁଡିରହିଛି ା ପାଚିଲା ଧାନରେ ବର୍ଷା ମାଡ଼ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ଚାଷୀଙ୍କର ଏଭଳି ଦୁଃସମୟରେ ସେମାନଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ା ଶୁକ୍ରବାର ଅପରାହ୍ନରେ ସେ ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତର ବାରିଙ୍ଗିଆ, ରାଇକୁଳା ଏବଂ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ନଷ୍ଟ ହୋଇଥିବା ଚାଷଜମି ଦେଖିଥିଲେ। ଏଥିସହ ବାଲେଶ୍ୱର ଜିଲାପାଳ, ରାଜ୍ୟ କୃଷି ଓ ରାଜସ୍ବ ମନ୍ତ୍ରୀଙ୍କୁ ଜଣାଇ କିଭଳି ଚାଷୀଙ୍କୁ ସହାୟତା ମିଳିପାରିବ ସେ ସମ୍ପର୍କରେ ଦୃଷ୍ଟିଦେବାକୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ା ୮୦ ପ୍ରତିଶତ ଚାଷ ନଷ୍ଟ ହୋଇଥିବା ବେଳେ ପ୍ରଶାସନର ସହାୟତା ଚାଷୀଙ୍କୁ କେତେ ପରିମାଣରେ ମିଳିବ ତାହା ଆଗାମୀ ଦିନରେ ଜଣାପଡ଼ିବ।