ଚାଷୀକୁଁ ସବ୍‌ସିଡିରେ ଦିଆଯିବା ଉଷୋକଷା

ବିଜେପୁର, ୧୦।୮ (ଡି.ଏନ୍‌.ଏ.):ବରଗଡ ଜିଲା ବିଜେପୁର ଅଂଚଲ୍‌ରେ ମୁଗ୍‌ଫଲି ଫସଲରେ ରୋଗ୍‌ପୋକ୍‌ ଲାଗି ଚାଷୀ ଅଥାଥାଲି ହେଇଯାଉଥିଲେ। ଯେତେ ଉଷୋକଷା ଝିଁଟ୍‌ଲେ ବି କାମ୍‌ ନାଇଁ କରୁଥିବାର ଅଭିଯୋଗ୍‌ ହେଇଥିଲା। ଇ ବାବ୍‌ଦେ ଗଲା ବୁଧବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ମୁଗ୍‌ଫଲି ଫସଲରେ ରୋଗ୍‌ପୋକ: କାମ୍‌ ନାଇଁଦେବାର ଉଷୋ, ଚିନ୍‌ତାରେ ଚାଷୀ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଘଟନାକେ ଗୁରୁତ୍‌ ଦେଇଥିଲା କୃଷି ବିଭାଗ। ଶୁକୁର୍‌ବାର ଜିଲା କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀକଁର ମଂଗୁଆଲଥି ଥାନୀୟ କୃଷି ବିଭାଗର ଅଧିକାରୀମାନେ ଟି. ଗଣ୍ଡପାଲିର କନ୍‌ଡ଼ିହି ଗାଁକେ ପରିଦରଶନରେ ଯାଇଥିଲେ। ମୁଗ୍‌ଫଲି ଫସଲରେ ଲାଖ୍‌ପୋକ ଲାଗିଥିବା କୃଷି ଅଧିକାରୀମାନେ ଦେଖ୍‌ବାକେ ପାଇଥିଲେ। ସବ୍‌ସିଡିରେ ଅଧା ଦାମ୍‌ଥି ଉଷୋକଷା ଯୁଗେଇ ଦିଆଯିବା। ହପ୍‌ତାକ ଦିନେ ଲେଖଁା ଗଁାକେ ଭିଏଡବ୍ଲୁ ବୁଲି ଆସି ଚାଷୀମାନକୁ ଚାଷବାସ୍‌ ଉପରେ ପରାମଶ୍‌ ଦେବେ। ଇ ଗଁାରେ ବନିହା ଚାଷୀ ପନିପରିବା ଫସଲ କରି ପେଟ ପାଲୁଛନ୍‌। ସେଥିରଲାଗି ବିନା ପଏସାରେ ଜୈବିକ୍‌ ଚାଷ୍‌ କରବାକେ ଚାଷୀ ଭାଇମାନକୁଁ ସବୁ ପରକାର ସୁବିଧା ଯୁଗେଇ ଦିଆଯିବା। କମିହା ଚାଷୀକୁଁ କୃଷି ତାଲିମ ଶିବିରମାନକୁ ନିଉତା ଦିଆଯିବା। ସରକାରକଁର ଭିନେ ଭିନେ ଯୋଜନାରେ ଚାଷୀ ଭାଇମାନକୁ ସାମିଲ କରାଯିବାର ଦିଗେ ବେବସ୍‌ତା କରାଯିବା ବଲି ବିଭାଗୀୟ କୃଷି ଅଧ୍‌କାରୀମାନେ କଥା ଦେଇଥିବାର ଜନାଯାଇଛେ। ବ୍ଲକ ସହକାରୀ କୃଷି ଅଧ୍‌କାରୀ ଲକ୍ଷ୍ମୀ ପ୍ରସାଦ ପଟେଲ, କଳ୍ପନା ପ୍ରଧାନ, ଭିଏଡବ୍ଲୁ ଏସ. ସେଠ୍‌, ବୀରେନ୍ଦ୍ର ପାଣି ପରମୁଖ୍‌ କୃଷି କରମ୍‌ଚାରୀ ପରିଦରଶନ୍‌ କରିଥିଲେ। ଗଁାରେ ଧାନ୍‌ନୁଁ ପନିପରିବା ଫସଲ ଅଏତ୍‌କା ହେଉଛେ। ହେଲେ ଉଦ୍ୟାନ ବିଭାଗର ଅଧିକାରୀ କି କରମ୍‌ଚାରୀ ଗଁାକେ କେଭେ ନାଇଁ ଆଏବାର। ଯେନ୍‌ଥିରଲାଗି ଉନ୍‌ନତ କୃଷି ପ୍ରଣାଳୀର ଗିଆନ୍‌ କଉଶଲ ପାଏବାରୁ ଚାଷୀମାନେ ବଁଚିତ୍‌ ହେଉଥିବାର ଅଭିଯୋଗ କରିଥିଲେ। ବିଜୟ ସାହୁ, ସୁଶାନ୍ତ ପଟେଲ, ମନବୋଧ ମଲ୍ଲିକ, ଶେଷଦେବ ସାହୁ, ପିଛାଲୁ ସାହୁ, ଅମର ପଟେଲ, ଉଦ୍ଧବ ଭୋଇ, ଛବିଳ ସାହୁ ପରମୁଖ ଚାଷୀ ବିଭାଗୀୟ କୃଷି ଅଧିକାରୀକଁର ସଂଗେ ଆଲୋଚନା କରିଥିଲେ।

Share