ଚାଷୀଙ୍କୁ କ୍ଷତିପୂରଣ ଦାବିକଲା କଂଗ୍ରେସ

ବରଗଡ଼ ଅଫିସ୍‌,୨୭।୪: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତଥା କରାମାଡ଼ ଯୋଗୁ ବ୍ୟାପକ ଫସଲକ୍ଷତି ହୋଇଛି। ଏଥିରେ ବରଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସୀମା, ମାଲିପାଲି, ଅଡ଼ଗାଁ, ସହରାପାଲି, ଖୁଣ୍ଟପାଲି, ତୁମଗାଁ, କନବାର, ଜୁଲଟ୍‌, ବାଗବାଡ଼ି ଆଦି ଅଞ୍ଚଳର ଧାନ ଫସଲ ନଷ୍ଟ ହୋଇଛି । ଫଳରେ ସମ୍ପୃକ୍ତ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ କଂଗ୍ରେସ ପକ୍ଷରୁ ଦାବି ହୋଇଛି । ଦଳର ଅନନ୍ତ ଶୟନ ପାଢ଼ୀ, ରବିନ୍‌ ଦାଶ, ବିମଳ କିଶୋର ଦାଶ, ଯତିରଞ୍ଜନ ପୂଜାରୀ, ଆନନ୍ଦ ପ୍ରଧାନ, ପଞ୍ଚାନନ ମିଶ୍ର, ବିରେନ୍ଦ୍ର ହାତୀ ପ୍ରମୁଖ ଏ ନେଇ ସୋମବାର ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଧା ଟପ୍ପୋ ସ୍ମାରକପତ୍ର ଗ୍ରହଣ କରିଥିଲେ।

Share