ଚାଷୀଙ୍କୁ ଗୋଇଠା ମାରିଲେ ପୂର୍ବତନ ସଭାପତି

କାମାକ୍ଷାନଗର, ୨୫।୨(ଡି.ଏନ.ଏ.)

ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ଅଶୋକ ନାୟକ ଏବଂ ତାଙ୍କ ପୁଅ ତଥା ସମିତିର ଡାଟା ଏଣ୍ଟ୍ରି ଅପରେଟର ଅମରେଶଙ୍କ ଦବଙ୍ଗଗିରିକୁ ନେଇ ଏବେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଚର୍ଚ୍ଚା। ମଣ୍ଡି ଚାଲିଥିବା ବେଳେ ଜଣେ ଚାଷୀଙ୍କୁ ଅଶୋକ ଗୋଇଠା ମାରୁଥିବା ଏବଂ ଅମରେଶ ବାଡ଼ି ଧରି ଧମକାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା ପରେ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, କୋରିଆପାଳ ଗ୍ରାମର ଚାଷୀ ଗୌତମ ସାହୁ ମଣ୍ଡିକୁ ଧାନ ବିକ୍ରି କରିବାକୁ ଆଣିଥିଲେ। ହେଲେ ତାଙ୍କର ଟୋକନ ନମ୍ବର କଟିଯାଇଥିଲା। ଏ ନେଇ ସେ ଅମରେଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥ ତ୍ରେ ଉତ୍ତ୍ୟକ୍ତ ହୋଇ ସେଠାରେ ଉପସ୍ଥିତ ଅଶୋକ ତାଙ୍କୁ ଗୋଇଠା ମାରିଥିଲେ। ଅମରେଶ ବାଡ଼ି ଧରି ଧମକାଇଥିଲେ। ଏହାର ଭିଡିଓ କେହି ଜଣେ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଛି। ଏ ନେଇ ସମବାୟ ସମିତି ସମୂହର ସହକାରୀ ରେଜିଷ୍ଟ୍ରାର (ଏଆର୍‌ସିଏସ୍‌) ପ୍ରିୟବ୍ରତ ମହାନ୍ତି କୁହନ୍ତି, ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଅଶୋକ କିମ୍ବା ଅମରେଶଙ୍କ ମତାମତ ମିଳିନାହିଁ।

Share