Categories: କଟକ

ଚାଷୀଙ୍କୁ ଟେକି କଚାଡ଼ିଲା ହାତୀ

ଖୁଣ୍ଟୁଣୀ,୨୮ା୫(ଡି.ଏନ.ଏ.): ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କୁମାରପୁର ପଞ୍ଚାୟତର ବଳୀପୁର ଗ୍ରାମରେ ବୁଧବାର ରାତିରେ ଏକ ହାତୀ ଜଣେ ଚାଷୀଙ୍କୁ ଟେକି କଚାଡ଼ି ଦେବାରୁ ଗୁରୁତର ହୋଇଛନ୍ତି। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଊଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେ ହେଲେ ଉକ୍ତ ଗ୍ରାମର ସୁବାସ ସାମଲ(୩୨)। ସୁବାସ ବୁଧବାର ରାତି ୧୦ଟାରେ ଘର ପାଖରୁ ୩୦୦ମିଟର ଦୂର ଗହୀର ମଧ୍ୟରେ ଥିବା ନିଜ ପରିବା ଜମିକୁ ଯାଉଥିଲେ। ଗହୀର ମଝିରେ ହଠାତ୍‌ ଏକ ଦନ୍ତା ହାତୀ ଆସି ସୁବାସୁଙ୍କୁ ଶୁଣ୍ଢରେ ଉଠାଇ ତଳେ କଚାଡ଼ି ଚାଲିଯାଇଥିଲା। ଚିତ୍କାର ଶୁଣି ସୁବାସଙ୍କ ଦାଦା ଆସି ଉଦ୍ଧାର କରିଥିଲେ। ଖବରପାଇ ଗୁରୁବାର ବନାଞ୍ଚଳ ଅଧିକାରୀ ମାଗୁଣୀ ଚରଣ ବେହେରା ଡାକ୍ତରଖାନା ଯାଇ ସୁବାସର ସ୍ବାସ୍ଥ୍ୟାବସ୍ତା ଦେଖିବା ସହ ଚିକିତ୍ସା ପାଇଁ ବନ ବିଭାଗ ପକ୍ଷରୁ ଆର୍ଥତ୍କ ସହାୟତା ଯୋଗାଇ ଥିଲେ। ଆବଶ୍ୟକୀୟ କାଗଜପତ୍ର ଦାଖଲ କଲେ ଅଧିକ ପ୍ରୋତ୍ସାହନ ରାଶି ମିଳିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି।