ଚାଷୀଙ୍କୁ ଠକିଛନ୍ତି ରାଜ୍ୟ ସରକାର: ୧୬ରେ ସବୁ ଜିଲାରେ ଦିଆଯିବ ଏତଲା

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଚାଷୀଙ୍କୁ ଠକିଛନ୍ତି ରାଜ୍ୟ ସରକାର ା ଏହି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆସନ୍ତା ୧୬ରେ ରାଜ୍ୟର ସବୁ ଜିଲାର ଏସ୍‌ପିଙ୍କ ନିକଟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏତଲା ଦାଏର କରାଯିବ। ନବ ନିର୍ମାଣ କୃଷକ ସଙ୍ଗଠନ ନେତା ଅକ୍ଷୟ କୁମାର ଏହି ସୂଚନା ଦେଇଛନ୍ତି। ଗୁରୁବାର ଏକ ଖବରଦାତା ସମ୍ମିଳନୀ କରି ଅକ୍ଷୟ କୁମାର କହିଛନ୍ତି, କାଳିଆ ଯୋଜନାକୁ ଯେଭଳି ଭାବେ ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ତାହା ରାଜ୍ୟବାସୀଙ୍କ ପ୍ରତି ଧୋକା। ନିର୍ବାଚନ ଆଗରୁ ତରବରିଆ ଭାବରେ କାଳିଆ ଯୋଜନାକୁ ସରକାର ଆରମ୍ଭ କରିଥିଲେ। ସ୍ବତନ୍ତ୍ର ଅଧ୍ୟାଦେଶ ବଳରେ ଜରୁରିକାଳୀନ ପାଣ୍ଠିରୁ ଟଙ୍କା ଆଣି ଚାଷୀ ପରିବାରକୁ ୧୦ହଜାର ଟଙ୍କା ଦେବେ ବୋଲି ବିଜ୍ଞପ୍ତି ଜାରି କଲେ। ଏହି ଯୋଜନା ୩ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଗଲା। ହେଲେ ବର୍ତ୍ତମାନ ପିଏମ୍‌ କିଷାନ ସହିତ କାଳିଆକୁ ମିଶ୍ରଣ କରିଦେଇ ଲୋକଙ୍କୁ ମାତ୍ର ୪ ହଜାର ଟଙ୍କା ସରକାର ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Share