କୁଚିଣ୍ଡା,୧୧।୯(ଡି.ଏନ୍.ଏ.): ସମ୍ବଲପୁର ଜିଲ କୁଚିଣ୍ଡା ଉପଖଣ୍ଡସ୍ଥରୀୟ ମିଳିତ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦଡାକରା ଦିଆଯାଇଛି। ୨୦୧୮/୧୯ ବର୍ଷର ବାକିଥିବା ବୀମାରାଶି ଓ ଇନ୍ପୁଟ ସବ୍ସିଡିକୁ ନେଇ ସରକାରଙ୍କ ବୈମାତୃକ ମନୋଭାବ ତଥା କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କୁ ପାତରଅନ୍ତର କରି ଏପର୍ଯ୍ୟନ୍ତ ପ୍ରଦାନ ନ କରିଥିବା ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ଯାନବାହନ ଚଳାଚଳ ବନ୍ଦ ରହିବା ସହ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଦୋକାନବଜାର ବନ୍ଦ ରହିଛି। କୁଚିଣ୍ଡା ଉପଖଣ୍ଡରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ଏହି ଅବସରରେ ପୂର୍ବତନ ବିଧାୟକ ରବି ନାଏକ, ଚାଷୀ ସଙ୍ଗଠନ ସଭାପତି ଜୟନ୍ତ ପ୍ରଧାନ, ମହେନ୍ଦ୍ର ବାଘ, ମଳୟ ପରିଡାଙ୍କ ସମେତ ବହୁଚାଷୀ ନେତା ସାମିଲ ହୋଇଥିଲେ।