ଚାଷୀଙ୍କୁ ସ୍ବଳ୍ପକାଳୀନ ଋଣ ଯୋଗାଣ ନେଇ ଆଲୋଚନା

ଭଦ୍ରକ ଅଫିସ,୨୨ା୪- କରୋନା ଭୂତାଣୁ ସଂକ୍ରମଣ ଜନିତ ଜିଲାର ଚାଷୀମାନଙ୍କ କ୍ଷେତ୍ରରେ ଘଟିଥିବା ଆର୍ଥକ ଦୁର୍ବଳତା ଯୋଗୁଁ ସେମାନଙ୍କୁ ସ୍ବଚ୍ଛଳ କରିବା ସହିତ ଚାଷ କାମରେ ସହଯୋଗ ନିମନ୍ତେ ସ୍ବଳ୍ପକାଳୀନ ଋଣ ଯୋଗାଣ ନେଇ ଜିଲା ସଂସ୍କୃତି ଭବନରେ ଏକ ଆଲୋଚନା ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାରେ ଜିଲା କୃଷି, ଉଦ୍ୟାନ, ମତ୍ସ୍ୟ, ପଶୁ ସମ୍ପଦ, ସମବାୟ ବିଭାଗର ବହୁ ଜିଲାସ୍ତରୀୟ ଅଧିକାରୀ ତଥା ଲିଡ୍‌ ବ୍ୟାଙ୍କ ମ୍ୟାନେଜର୍‌ (ଏଲଡିଏମ) ଭଦ୍ରକ, ରାଣୀତାଲ କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷି ବିଜ୍ଞାନୀ, ଡିଡିଏମ୍‌ ନାବାର୍ଡ ପ୍ରମୁଖ ଯୋଗ ଦେଇ ଚାଷୀଙ୍କ ଆର୍ଥତ୍କ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଚାଷୀମାନଙ୍କ ଅଭାବୀ ଜୀବିକା ନିର୍ବାହକୁ ସୁଦୃଢ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ମାନଙ୍କ ଦ୍ୱାରା ଆବଶ୍ୟକ ଧନରାଶି ସ୍ବଳ୍ପକାଳୀନ ଋଣ ମାଧ୍ୟମରେ ଯୋଗାଇବା ପାଇଁ ପର୍ଯ୍ୟାୟକ୍ରମେ ସାରଣୀ ପ୍ରସ୍ତୁତ କରି ଆଗାମୀ ସପ୍ତାହରେ ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲାପାଳ ଡ. ଦାସ ପରାମର୍ଶ ଦେଇଥିଲେ।