ଚାଷୀର ମୁଡ଼େ ଚଡକ୍‌: ମକା ଫସଲରେ ବିଦେଶୀ ପୋକ୍‌

ଭବାନୀପାଟଣା,୮।୮(ଡି.ଏନ.ଏ.):  କଳାହାଣ୍ଡି ଜିଲାରେ ଆମେରିକୀୟ ପୋକ୍‌ ଫଲ୍‌ ଆର୍ମି ଓ୍ବର୍ମର (ଏଫ୍‌ଏଡ୍‌ବ୍ଲ୍ୟୁ) ଦେଖାଦେଇଛେ। ଆମେରିକାରେ ଦେଖାଯାଉଥିବାର ଇ ପୋକ୍‌ ଗଲା ବଛର ଦେଶର କେତେ ରାଏଜ୍‌ରେ ଦେଖାଦେଇଥିଲା। ହେଲେ ଚଲତି ବଛର କଳାହାଣ୍ଡି ଜିଲାରେ ଦେଖାଦେଇଛେ। ଇ ଘଟନା ଏହେଦେ ଚାଷୀମାନକର ମୁଡ଼ଦୁଖାର କାରନ୍‌ ହେଇଛେ। ଇ ପୋକ୍‌ ଗୁଟେ ରାତିରେ ୧ଶହ କି.ମି.ରୁ ୫ଶହ କି.ମି. ତକ୍‌ ଯାଇ ପାରୁଛେ। ଯେନ୍‌ଥିରଲାଗି କୃଷି ବିଭାଗ ଆର ଚାଷୀମାନେ ଆଶଁକାରେ ରହିଛନ୍‌। ପହେଲା ଜିଲାର ନର୍ଲା ବ୍ଲକ ଖାଇଚୁଅଁା ଗଁାରେ ମକା ଫସଲରେ ଇ ପୋକ୍‌ ସଂକରମନ୍‌ ହେଇଥିବାର ଚିନ୍‌ହଁଟ ହେଇଥିଲା। ହେଲେ ଏହେଦେ ଇ ପୋକ୍‌ ଜିଲାର ଉନିଆ ଅଂଚଲକେ ବି ବହପୁଥିବାର ଖବର ଆସୁଛେ। ଏଭ୍‌ତକ ନର୍ଲା ବ୍ଲକର ଖାଇଚୁଅଁା, ଗୋଲାମୁଣ୍ଡା ବ୍ଲକର ମାନଝରୀ, ଆମ୍ବଗୁଡ଼ା, କେସିଙ୍ଗା ବ୍ଲକର ଗୋକୁଳେଶ୍ୱର ଟେମରା, ଭବାନୀପାଟଣା ବ୍ଲକର ଦାଦପୁର ପଁଚେତ୍‌ର ସାଲେପାଲି ସମେତ ସଦର ବ୍ଲକର ସାପସିଲେଟ ଗଁାରେ ଏପ୍‌ଏଡ୍‌ବ୍ଲ୍ୟୁ ପୋକ୍‌ ମକା ଫସଲରେ ଲାଗିଥିବାର ନଜରକେ ଆସିଛେ। ଇ ପୋକ୍‌ ସଂକରମନକେ ଦମନ କରବାର ଲାଗି ଜିଲା କୃଷି ବିଭାଗ ତରଫୁ ସଜବାଜ ଆରମ୍‌ ହେଇଛେ। କୃଷି ବିଭାଗ ତରଫୁ ଗଲା ୪ ତାରିଖ ଜୁନାଗଡ଼, ୫ ତାରିଖ ଭାବାନୀପାଟଣା ଆର ୬ ତାରିଖରେ ଧର୍ମଗଡ଼ରେ ଏଫ୍‌ଏଡ୍‌ବ୍ଲ୍ୟୁ ପୋକ୍‌ ଦମନ ଉପରେ ସଚେତନତା, ତାଲିମ କାଯ୍‌କରମ ଅନୁଷ୍ଠିତ ହେଇଛେ। ସେନ୍‌ତା ୭ ତାରିଖ ନର୍ଲା ବ୍ଲକରେ ସଚେତନତା କାଯ୍‌କରମ ହେବା ବଲି ଜିଲା କୃଷି ଉପନିର୍ଦ୍ଦେଶକକଁର ତପ୍‌ତର ତରଫୁ ସୂଚନା ଦିଆଯାଇଛେ। ୩ ଦିନ୍‌ ଭିତରେ ଜିଲାର ଜୁନାଗଡ଼, ଭବାନୀପାଟଣା ଆର ଧର୍ମଗଡ଼ ବ୍ଲକରେ ଭିଏଡବ୍ଲ୍ୟୁ, ସରକାରୀ କୃଷି ଅଧ୍‌କାରୀ ଆର ଚାଷୀକୁଁ ମିଶେଇ ୨୫୦ ଝନ୍‌କୁ ନେଇ ସଚେତନତା କାଯ୍‌କରମ, ତାଲିମ ଶିବିର ଆୟୋଜନ କରାଯାଇଛେ ବଲି ଜିଲା କୃଷି ଉପନିର୍ଦ୍ଦେଶକକଁର ଦପ୍‌ତର ତରଫୁ କୁହାଯାଇଛେ। ଇ ହିସାବେ ଜିଲାର ୭୫୦ ଝନ୍‌ ଚାଷୀକୁଁ ଏଫ୍‌ଏଡ୍‌ବ୍ଲ୍ୟୁ ପୋକ୍‌ ସଂକରମନ ଆର ଇତାର ପରତିକାର ବାବ୍‌ଦେ ସୂଚନା ଦିଆଯିବା ବଲି କୃଷି ବିଭାଗ ତରଫୁ କୁହାଯାଇଛେ। ଇଆଡ଼େ କଳାହାଣ୍ଡି ଜିଲାରେ ଗୁଟେ ପରେ ଗୁଟେ ବ୍ଲକକେ ଇ ପୋକ୍‌ ବହପୁଥିବାର ଘଟନାକେ ନେଇ ଚାଷୀ ମହଲରେ ଭାଲନି ପଡ଼ିଛେ। ଜିଲା କୃଷକ ସଂଗଠନ ଆର କୃଷକ ନେତାମାନେ ଇ ବିଦେଶୀ ପୋକ୍‌କେ ଯେତେ ଜଲଦି ହେବା ଦମନ୍‌ କରି ଜିଲାର ଚାଷୀକୁଁ ରକ୍ଷା କରବାକେ ଦାବି କରିଛନ୍‌। ଇଆଡ଼େ ଏଫ୍‌ଏଡ୍‌ବ୍ଲ୍ୟୁ ବିଦେଶୀ ପୋକ୍‌ ମକା, ଧାନ, କପା ଆର ପନିପରିବା ଫସଲକେ ବି ଉଜାଡ଼ି ଦେବାର ଆଶଁକା ରହିଛେ। ସେଥିରଲାଗି ଜିଲାସ୍ତରରେ କୃଷି ଅଧ୍‌କାରୀମାନେ ବଇଠକ୍‌ ଉପରେ ବଇଠକ୍‌ କରି ଚାଷୀକୁ ସଚେତନ କରୁଛନ୍‌। ଏଫ୍‌ଏଡ୍‌ବ୍ଲ୍ୟୁ ସଂକରମନ ଗୁଟେ ଜାତୀୟ ସମସିଆ ହେଇଥିଲାବେଲେ କେନ୍ଦ୍ର ଆର ରାଏଜ୍‌ ସରକାର ଇ ପୋକ୍‌କେ ଦମନ କରବାର ଲାଗି ପଦକ୍ଷେପ ନେବାକେ ଚାଷୀ ମହଲରେ ଦାବି ହେଉଛେ।

Share