ଚାଷୀ ବାପାଙ୍କ ମୁହଁରେ ହସ ଫୁଟାଇଲେ ଦିବ୍ୟାଙ୍ଗ ଝିଅ

ଖଇରା, ୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ୭ଜଣ ଛାତ୍ରୀଛାତ୍ର ନବୋଦୟ ପରୀକ୍ଷାରେ ଉତ୍ତୀଣ୍ଣର୍ର୍ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ରାଇକୁଳା ମୌଳିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ ମଞ୍ଜୁ ବେହେରା। ସେ ଶତକଡ଼ା ୭୫ ପ୍ରତିଶତ ମାର୍କ ରଖି ଏହି ଯୋଗ୍ୟତା ହାସଲ କରିଛନ୍ତି। ରାଇକୁଳା ଗ୍ରାମର ବାପା ରାମଚନ୍ଦ୍ର ଓ ମା’ ଅତଶିଙ୍କର ବଡ଼ଝିଅ ମଞ୍ଜୁ ଜନ୍ମ ପରେ ଦିବ୍ୟାଙ୍ଗ (ଗୋଡ଼ ଛୋଟ)ହୋଇଥିବା ଜାଣି ମା’ବାପାଙ୍କର ଦୁଃଖ ବଢ଼ି ଯାଇଥିଲା। ତାଙ୍କର ମାତ୍ର ୪ଗୁଣ୍ଠ ଜମିଥିବା ବେଳେ ସେ ଭାଗଚାଷ କରି ଗୁଜୁରାଣ ମେଣ୍ଟାଉଥିବାରୁ ଝିଅର ଭବିଷ୍ୟତ ନେଇ ଚିନ୍ତିତ ହୋଇପଡିଥିଲେ। ଶେଷରେ ସେମାନେ ନିକଟସ୍ଥ ରାଇକୁଳା ମୌଳିକ ବିଦ୍ୟାଳୟରେ ମଞ୍ଜୁଙ୍କ ନାମ ଲେଖାଇଥିଲେ। ପ୍ରଥମ ଶ୍ରେଣୀରୁ ହିଁ ସେ ନିଜର ପ୍ରତିଭା ଦେଖାଇଥିଲେ। ସେ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ବ୍ଲକସ୍ତରରେ ପ୍ରଥମ ହୋଇ ନିଜର ପାରଦର୍ଶିତା ଦେଖାଇଥିଲେ।
ଝିଅର ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ମା’ ଅତଶୀ କହନ୍ତି ତାଙ୍କ ଝିଅ ଡାକ୍ତର ହୋଇ ରୋଗୀ ସେବା କରିବାକୁ ଇଚ୍ଛା ରଖିଛି। ଝିଅ ନବୋଦୟ ପାଇବା ଖବର ସେ ଜାଣିବା ପରେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଝିଅ ପାଠପଢ଼ାରେ ସହଯୋଗ ପାଇଁ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ମହାପାତ୍ର ଓ ଭାଗିରଥି ନାୟକଙ୍କୁ ମା’ ଅତଶୀ କୃତଜ୍ଞତା ଜଣାଇଛନ୍ତି ା

Share