Categories: ଜାତୀୟ

ଚାଷୀ ବେଶରେ ପଲାନୀସ୍ବାମୀ: ସୋସିଆଲ୍‌ ମିଡ଼ିଆରେ ଶେୟାର କଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଚେନ୍ନାଇ, ୨୦।୧: ଏବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଦ୍ୱାରା ଶେୟାର ହୋଇଥିବା ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଫଟୋରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନୀସ୍ବାମୀ ଚାଷୀ ବେଶରେ ରହିଛନ୍ତି। ତାଙ୍କର ଗୋଟିଏ ହାତରେ ଦା ଏବଂ ଅନ୍ୟ ହାତରେ କଟା ହୋଇଥିବା ଧାନ କେଣ୍ଡା ରହିଛି। ଫଟୋକୁ ଶେୟାର କରି ଉପରାଷ୍ଟ୍ରପତି ପଲାନୀସ୍ବାମୀଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏହା ଦ୍ୱାରା ଦେଶରେ କୃଷିର ବିକାଶ ହୋଇପାରିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଫଟୋକୁ ଉପରାଷ୍ଟ୍ରପତି ରବିବାର ଅପରାହ୍ନ ୫ଟା ୧୯ରେ ଶେୟାର କରିଛନ୍ତି।

Share