ଚାଷୀ ବୈଠକରେ ନିଷ୍ପତ୍ତି: ଟୋକନ ବ୍ୟବସ୍ଥା ଉଚ୍ଛେଦ ନ ହେଲେ ଧାନବିକ୍ରି ବନ୍ଦ

ବେଗୁନିଆପଡ଼ା,୨୬ା୧୧(ଡି.ଏନ.ଏ.)- ବେଗୁନିଆପଡ଼ା ବ୍ଲକ ସେବା ସମବାୟ ସମିତିରେ ମଙ୍ଗଳବାର ଧାନକ୍ରୟ ନିମନ୍ତେ ଏକ ଚାଷୀ ସଚେତନ ବୈଠକ ସମିତି ସଭାପତି ରବିନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ବୁଲା ଡାକୁଆ ଯୋଗଦେଇ ଚଳିତବର୍ଷ ଧାନକ୍ରୟ ସମ୍ପର୍କରେ ସରକାରଙ୍କ ନିୟମାବଳୀ ବିଷୟରେ ଆଲୋଚନା କରିଥିଲେ। ନୂତନ ଟୋକନ ବ୍ୟବସ୍ଥା ସମ୍ପର୍କରେ ଜାଣିବା ପରେ ଚାଷୀମାନେ ବିଭିନ୍ନ ଅଭିଯୋଗ କରିଥିଲେ। ଏହି ବ୍ୟବସ୍ଥା ପ୍ରତ୍ୟାହାର ନକଲେ ଧାନ ବିକ୍ରି କରିବୁ ନାହିଁ ବୋଲି ସମୁହ ଚାଷୀ ଦାବି କରିଥିଲେ। ଏଥିରେ ଜିଲା ଚାଷୀ କମିଟି ଉପସଭାପତି ରଙ୍କନାଥ ସ୍ବାଇଁ, ସେବା ସମବାୟ ସମିତିର ଚାଷୀ ସଦସ୍ୟ ମୁକୁନ୍ଦ ମାଧବ ସ୍ବାଇଁ, ଦେବରାଜ ଭୂୟଁା, କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କ ସମେତ ବହୁ ଚାଷୀ ଯୋଗ ଦେଇଥିଲେ।