ରୋହତକ,୨୧।୬: ଆତ୍ମ ଘୋଷିତ ବାବା ଗୁରମିତ ରାମ ରହିମ ସିଂ ପାରୋଲ ପାଇଁ ଆବେଦନ କରିଛନ୍ତି। ଖବରଦାତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରାମ ରହିମ ଏବେ କୃଷି କାର୍ଯ୍ୟ କରିବାକୁ ମନ ବାଳଇଛନ୍ତି। ସୁନରିଆ ଜେଲ୍ରେ ଥିବା ରାମ ରହିମ ସିରସାରେ ତାଙ୍କର ପଡ଼ିଆ ପଡିଥିବା ଜମିକୁ ଚାଷ କରିବାକୁ ଇଚ୍ଛା ପ୍ରକାଶ କରି ସୁନରିଆ ଜେଲ ଅଧିକାରୀଙ୍କ ନିକଟରେ ପାରୋଲ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ବଳାତ୍କାର ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କୁ ୨୦ ବର୍ଷ ଜେଲଦଣ୍ଡ ମିଳିଛି। ଏବେ ସେ ସେଠାରେ ମାଳି ଭାବେ କାମ କରୁଛନ୍ତି।