Categories: ବାଣିଜ୍ୟ

ଚାହିଦା ପୂରଣ ଲାଗି ପିଆଜ ଆମଦାନୀ କରୁଛି ଏମ୍‌ଏମ୍‌ଟିସି

ନୂଆଦିଲ୍ଲୀ,୭-୧୨: ରାଷ୍ଟ୍ରାୟତ୍ତ ଟ୍ରେଡିଂ କମ୍ପାନୀ ଏମ୍‌ଏମ୍‌ଟିସି ବିଦେଶରୁ ପିଆଜ ଆମଦାନୀ କରୁଛି। ଚାହିଦା ପୂରଣ ଏବଂ ଦରବୃଦ୍ଧିକୁ ରୋକିବା ଲାଗି ଏମଏମ୍‌ଟିସି ଏଭଳି ପଦକ୍ଷେପ ଗ୍ରହଣ କରୁଥିବା କେନ୍ଦ୍ର ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦାନଭେ ରାଓସାହେବ ଦାଦାରାଓ କହିଛନ୍ତି। ଆମଦାନୀ ହେଉଥିବା ପିଆଜ ଭାରତରେ ଜାନୁୟାରୀ ୨୦ ସୁଦ୍ଧା ପହଞ୍ଚିବ। ବର୍ଷା ଯୋଗୁ ପିଆଜ ଉତ୍ପାଦନକାରୀ ରାଜ୍ୟଗୁଡିକରେ ଉତ୍ପାଦନ ପ୍ରଭାବିତ ହୋଇଥିବା ସେ କହିଛନ୍ତି। ସରକାରଙ୍କ ନିକଟରେ ରହିଥିବା ବଫର ଷ୍ଟକରୁ ପିଆଜ ଯୋଗାଣ ହେଉଛି। ପିଆଜ ଦର ଏବେ ବୃଦ୍ଧି ଘଟୁଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୧୦ ଟଙ୍କା ଟପିଛି। ଦେଶର ଅନ୍ୟ କେତେକ ପ୍ରାନ୍ତରେ ପିଆଜ ଦର ଏହାଠାରୁ ଢେର ଅଧିକ ରହିଥିବା ଜଣାପଡିଛି।

Share