ଚାହିଦା ଫେରାଇ ଆଣିବା ଲାଗି ଅଭିଜିତଙ୍କ ମନ୍ତ୍ର

ନୂଆଦିଲ୍ଲୀ,୬।୫: ଚାହିଦା ଫେରାଇ ଆଣିବା ଲାଗି ଭାରତ ପର୍ଯ୍ୟାପ୍ତ ପରିମାଣର ଆର୍ଥତ୍କ ପ୍ୟାକେଜ ପ୍ରଦାନ କରୁ ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଛନ୍ତି। ଲୋକଙ୍କ ହାତକୁ ଅର୍ଥ ସିଧାସଳଖ ପ୍ରଦାନ କଲେ ଲକ୍‌ଡାଉନ ପରେ ଏହା ଦେଶରେ ଚାହିଦା ବଢ଼ାଇବା ଦିଗରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସେ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି। ସ୍ବଚ୍ଛଳ ନ ଥିବା ଦେଶର ୬୦ ଭାଗ ଲୋକଙ୍କୁ ସିଧାସଳଖ ଅର୍ଥ ଯୋଗାଇ ପାରିଲେ ଚାହିଦା ଫେରାଇ ଆଣିବାକୁ ଏହା ସହାୟକ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି ଯେ, ଆମେରିକା, ଜାପାନ, ୟୁରୋପ ଭଳି ପ୍ରମୁଖ ଅର୍ଥ ବ୍ୟବସ୍ଥାଗୁଡ଼ିକ ବୃହତ୍‌ ପରିମାଣର ଆର୍ଥତ୍କ ପ୍ୟାକେଜ ପ୍ରଦାନ କରିଛନ୍ତି। ଭାରତ ମଧ୍ୟ ଏହି ପନ୍ଥା ଅବଲମ୍ବନ କରିବା ଦିଗରେ ପଦକ୍ଷେପ ନେବା ଉଚିତ। ସେ ଆମେରିକାର ଉଦାହରଣ ଦେଇ କହିଛନ୍ତି, ମୋଟ ଜିଡିପିର ୧୦% ସେଠାରେ ପ୍ୟାକେଜ ଭାବେ ପ୍ରଦାନ କରାଯାଇଛି। ମାତ୍ର ଭାରତରେ ଏହା ମାତ୍ର ୧%। ଭାରତ ସରକାର ଗ୍ରହଣ କରିଥିବା ମୋରାଟୋରିୟମ ସୁବିଧାକୁ ଭଲ ଭାବେ ଲାଗୁ କରାଇବା ଆବଶ୍ୟକତା ରହିଛି ବୋଲି ସେ ପରାମର୍ଶ ଦେଇଛନ୍ତି। ଯେଉଁ ଲୋକମାନେ ରାଶନ ସାମଗ୍ରୀ ପାଇବାକୁ ଅସୁବିଧାର ସାମ୍ନା କରୁଛନ୍ତି ତାଙ୍କୁ ଅସ୍ଥାୟୀ ରାଶନ କାର୍ଡ ପ୍ରଦାନ କରାଯିବା ଉପରେ ସେ ଜୋର ଦେଇଛନ୍ତି। ଆଗକୁ ଦେବାଳିଆ ସମସ୍ୟା ବଢ଼ିବାକୁ ଥିବାରୁ ସେହି ଅନୁସାରେ ସରକାର ପଦକ୍ଷେପ ନେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମଦ ବୋତଲରୁ ଏତେଟଙ୍କା ରୋଜଗାର କରନ୍ତି ସରକାର, ଜାଣିଲେ ଉଡିବ ହୋସ୍‌

ନୂଆଦିଲ୍ଲୀ,୨୭।୧୨: ଦେଶରେ ଟିକସ ଆଦାୟର ଏକ ସମ୍ପୂର୍ଣ୍ଣ ନେଟୱାର୍କ ରହିଛି। ଖାଦ୍ୟ ଠାରୁ ଆରମ୍ଭ କରି ରାସ୍ତାରେ ଚାଲିବା ପର୍ଯ୍ୟନ୍ତ ଆମେ ସରକାରଙ୍କୁ ଟିକସ ଦେଉ।...

୨୦୨୫ରେ ଅର୍ଥନୀତି ଅଭିବୃଦ୍ଧି ହାର ୬.୫% ଆକଳନ

ଭୁବନେଶ୍ୱର,୨୭ା୧୨(ଅନୁରାଧା ମହାରଣା):୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପ୍ରାୟ ୬.୫% ହାରରେ ବୃଦ୍ଧି ପାଇବ। ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ସମୀକ୍ଷା ବୈଠକରେ ଏପରି ଆକଳନ...

କାରଦାତାଙ୍କ ପାଇଁ ଖୁସି ଖବର! ୧୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ମିଳିପାରେ ଆଶ୍ବସ୍ତି

ନୂଆଦିଲ୍ଲୀ,୨୬ା୧୨: ଯେଉଁମାନେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ଆଗାମୀ ବଜେଟରେ ଏକ ବଡ ଉପହାର ଦେଇପାରନ୍ତି। ସୂତ୍ରରୁ ପ୍ରକାଶ ଯେ...

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ନୀତା

ମୁମ୍ବାଇ,୨୬।୧୨: ରିଲାଏନ୍ସ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ଚେୟାରମ୍ୟାନ୍‌ ନୀତା ଏମ୍‌ ଅମ୍ବାନୀ ୨ ଦିନିଆ ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ବୋଲି...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ...

ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍‌ସ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri