ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନିଆରା ରୋଚକ ଘଟଣା ଦେଖିବାକୁ ମିଳିଥାଏ। ଏପରି ଘଟଣା ଗୁଜରାଟ ଅହମ୍ମଦାବାଦ୍ର ଏକ ଚା ଦୋକାନରେ ଦେଖିବାକୁ ମିଳୁଛି। ଏଠାରେ ନିତି ସକାଳେ ସନ୍ଧ୍ୟାରେ ଗରାଖଙ୍କର ଭାରି ଗହଳି ହୋଇଥାଏ। ସ୍ଥାନୀୟ ସରସପୁରଠାରେ ଥିବା ହରିଭାଇ ଛକ ନିକଟରେ ମହାବୀର ରେଷ୍ଟୁରାଣ୍ଟ୍ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ରେଷ୍ଟୁରାଣ୍ଟ୍ କାନ୍ଥରେ ରାମଚରିତ ମାନସର ଚୌପାଇ ଲେଖାଯାଇଛି। ମାଲିକ ଧର୍ମେନ୍ଦ୍ର ତିଓ୍ବାରୀ ବିଭିନ୍ନ ରଙ୍ଗର ଚକ୍ ଖଡ଼ିରେ ସୁନ୍ଦରାକାଣ୍ଡ ଲେଖିଛନ୍ତି। ପ୍ରତିଦିନ ସନ୍ଧ୍ୟା ୭ଟାଠାରୁ ରାତି ୧୨ଟା ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ୍ରେ ପୁରୁଣା ରାମାୟଣ, ମହାଭାରତ ସିରିଏଲ୍ ସହିତ କୃଷ୍ଣା, ଜୟ ହନୁମାନ, ଶିବପୁରାଣ, ବିଷ୍ଣୁ ପୁରାଣ ଆଦି ଗରାଖଙ୍କୁ ପ୍ରଦର୍ଶିତ କରାଯାଇଥାଏ। ଏହି ରେଷ୍ଟୁରାଣ୍ଟ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।