ଚିକରଡ଼ା ଗ୍ରାମରେ ଝାଡ଼ାବାନ୍ତି: ଦୂଷିତ ପାଣି ପିଇ ପୁଣି ୧୦୦ ଆକ୍ରାନ୍ତ

ଗୋପାଳପୁର,୨ା୧୦ -ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଚିକରଡ଼ା ଗ୍ରାମରେ ଦୂଷିତ ପାଣି ପିଇ ମଙ୍ଗଳବାର ପୁଣି ୧୦୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗ୍ରାମରେ ୨ ଡାକ୍ତରୀ ଦଳ ପହଞ୍ଚତ୍ ଅସୁସ୍ଥଙ୍କ ଚିକିତ୍ସା କରିଥିଲେ। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ରାତିରେ ଏକ ଡାକ୍ତରୀ ଟିମ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିବେ ବୋଲି ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ କହିଛନ୍ତି। ଅପରପକ୍ଷରେ ଗ୍ରାମରେ ବ୍ଲିଚିଂ, ଓଆର୍‌ଏସ ବଣ୍ଟନ କରାଯାଉଛି।
ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଗଞ୍ଜାମ ସିଡିଏମଓ ବିଜୟ କୁମାର ପାଣିଗ୍ରାହୀ, ଆରଡବ୍ଲୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ମହାପାତ୍ର, ରଙ୍ଗେଇଲୁଣ୍ଡା ବିଡିଓ ଓ ସିଡିପିଓ ଜ୍ୟୋତ୍ସ୍ନା ପାଢ଼ୀ ଗ୍ରାମରେ ପହଞ୍ଚତ୍ ଅସୁସ୍ଥଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଥିଲେ। ଏଥିସହ ଦୂଷିତ ଜଳ ପଶିଥିବା ବୋରୱେଲ ଦେଖିଥିଲେ। ପରେ ଏହି ଦୂଷିତ ପାଣିକୁ ପରୀକ୍ଷା କରାଯାଇଛି। ଆବଶ୍ୟକ ପଡ଼ିଲେ ପୁଣି ଏକ ନୂତନ ବୋରୱେଲ ଖୋଳାଯିବ ବୋଲି କୁହାଯାଇଛି।
ଯେ, ଗ୍ରାମର ବୋରୱେଲ ଖାଲୁଆ ସ୍ଥାନରେ ଥିବାରୁ ବର୍ଷା ପାଣି ସେଠାରେ ଜମି ରହିଥିଲା। ପରେ ଏହି ଦୂଷିତ ପାଣି ବୋରୱେଲ ଭିତରକୁ ପଶି ଯାଇଥିଲା। ଗ୍ରାମବାସୀ ଏହି ପାଣି ପିଇବା ଫଳରେ ରବିବାର ୩୦୦ରୁ ଊର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ସୋମବାର ୩୦ ଜଣ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା।