ଚିକିଛା ଅଭାବୁ ଖଟେ ପଡ଼ିଛେ ବାପ୍‌ : ଦାଦନ୍‌ ସରଦାର ହାତେ ନାବାଲିକ୍‌ ଝି’ର ଭବିଷତ୍‌

ସିନାପାଲି, ୫ା୧୦ (ଡି.ଏନ୍‌.ଏ.)-
ପଶ୍ଚିମ ଓଡ଼ିଶାରେ ଦାଦନ୍‌ ସମସିଆ ସରକାରକଁର ମୁଡ଼ଦୁଖାର କାରନ୍‌ ସାଜିଛେ। ସରକାର ଇଥିରଲାଗି ଯେତେ ଯୋଜନା କଲେ ବି କାହିଁ ନାଇଁ କାହିଁ ପୁଲ ପଡ଼ିଯାଉଛେ। ହକ୍‌ଦାର ଲୋକ୍‌ ଯୋଜନାର ଲାଭ୍‌ ପାଇ ନାଇଁପାରବାର। ଯେନ୍‌ଥିରଲାଗି ଦାଦନ୍‌ ସମସିଆ କମ୍‌ବାର ଜାଗାରେ ଦିନୁଦିନ୍‌କେ ବଢ଼ତେଲ ଯାଉଛେ। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା ସିନାପାଲି ବ୍ଲକରେ।
ସୂଚନା ଅନ୍‌ସାରେ ସିନାପାଲି ବ୍ଲକ ମଖାପଦର ପଁଚେତ୍‌ ଚଉରା ସାଲେପଡ଼ାର ପ୍ରେମ ଭୋଇ(୫୫)। ପରିବାର କହେଲେ ମାଏକିନା ଦେମତୀ ଆର ଦୁଇ ଝି’ ଜେମନୀ(୧୩), ଜୁଲି(୩)କୁଁ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌। ପ୍ରେମ କୁଲିମଜୁରି କରି କୁଟୁମ ପୁଷୁଥିଲେ। ଗଲା ବଛର ସେ ହିଟିପଡ଼ଲାରୁ ତାକର ଭୁଜନି ଜଂଘ ଭାଂଗି ଗଲା। ଇଆଡ଼େ ଅଭାବ ଅନାଟନ ଲାଗି ପରିବାର ଲୋକ ତାକର ଉଚ ଚିକିଛା କରେଇ ନାଇଁପାରଲେ। ଏହେଦେ ଚିକିଛା ଅଭାବୁ ପ୍ରେମ ଭିନ୍ନକ୍ଷମ ପାଲଟିଯାଇଛନ୍‌। ସବୁବେଲେ ଘରେ ଖଟେ ପଡ଼ିରହିଛନ୍‌। ଏନ୍‌ତାଥି ମାଏକିନା ଦେମତୀ ତାକର ଗଧାମଖା, ଖାନାପିନା, ଝାଡ଼ାଝପଟନୁ ସବୁ ପରକାର ସେବା ଯତନ କରୁଛନ୍‌। ହେଲେ ଘରେ କେହି ରୁଜ୍‌ଗାରି ଲୋକ୍‌ ନଁାଇଁନ। ଏନ୍‌ତାଥି ଦେମତୀକଁର ମୁଡ଼େ ଆପ୍‌ନେ ଆର ଦୁଇ ନାବାଲିକ୍‌ ଝି’ର ବୋଝ୍‌ ରହିଛେ। ଘରର ପରିସ୍ଥିତି ଲାଗି ବଡ଼ ଝି’ ଜେମନୀ ୫ମ ଶ୍ରେଣୀରୁ ପାଠ୍‌ପଢ଼ାରେ ଗଏଁଠ୍‌ ପକେଇଛନ୍‌। ଜେମନୀ ବାପର ଚିକିଛା ଆର କୁଟୁମ ପୁଷ୍‌ବାର ଲାଗି ପଡ଼ିଶା ଲୁକ୍‌କର ସଂଗେ ମିଶି ଆନ୍ଧ୍ରପ୍ରଦେଶ ଦାଦନ୍‌ ଖଟିଯାଇଛନ୍‌। ମା’ ଦେମତୀ ବି ଉପେ ଶୂଇନ୍‌ ହେଇ ନାବାଲିକ୍‌ ଝି’କେ ଦାଦନ ସରଦାର ଭରସାରେ ଦାଦନ୍‌ ଖଟବାକେ ଛାଡ଼ିଦେଇଛନ୍‌। ଦାଦନ୍‌ ଖଟି ଝି’ ପଠଉଥିବାର ଦୁଇ ପଏସାରେ ଏହେଦେ ପରିବାର ଚଲୁଛେ। ଇଆଡ଼େ ସରକାରୀ ସାହାଯ୍‌ କହେଲେ ରାଶନ କାର୍ଡରେ ମାସିକ ମିଲୁଥିବାର ଚାଉଲ ଦୁରା। ପ୍ରେମ ଝନେ ନିହାତି ଗରିବ୍‌ ଆର କୁଟୁମବସିଆ ଗୁଟେ ଦଦ୍‌ରା ମାଏଟ୍‌ କୁରିଆରେ ରହୁଥିଲେ ବି ସରକାରକଁର ଆବାସ ଯୋଜରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଭିନ୍ନକ୍ଷମ ପରମାନପତର ଅଭାବୁ ସେ ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ଦାଦନ ଯାଇଥିବାର ନାବାଲିକ୍‌ ଝି’କେ ଉଧାର କରି ତାର ପାଠ୍‌ପଢ଼ବାର ବେବସ୍‌ତା କରବାର, ପ୍ରେମର ଚିକିଛା ସାହାଯ୍‌ ସଂଗେ ଭତା, ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ମଖାପଦର ସରପଁଚ୍‌ ବଳଦେବ ମାଝିକୁଁ ପଚରାଲାରୁ ଇ ଘଟନା ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ଘଟନାର ତଦଁତ୍‌ କରି ତାକର ଭିନ୍ନକ୍ଷମ ପରମାନପତର, ଭତା ସଂଗେ ଉନିଆ ସବୁ ସୁବିଧା ଲାଗି ଉଚ କତୁରପକ୍ଷକୁଁ ଜନାମି ବଲି ସେ କହିଥିଲେ।

Share