Advertisement

ଚିକିଛା ଅଭାବୁ ମୁରତୁ ସଂଗେ ଯୁଝୁଛନ୍‌ ଜୟ: କୁଲି ମଜୁରି କରି କୁଟୁମ ପୁଷୁଛେ ପୁଓ

ଲାଠୋର, ୧୯ା୮ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ଅଧୀନ ପିପଲବାହାଲ ଗଁାର ଜୟ ମେହେର(୫୦)। ଆଏଜ୍‌କେ ୪ ମାସ ତଲେ ସେ ଘର ଉପ୍‌ରୁ ପଡ଼ି ତାକର ମେରୁହାଡ଼ ଭାଂଗି ଯାଇଛେ। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଚିକିଛା ଅଭାବୁ ସେ ଖଟେ ପଡ଼ି ରହିଛନ୍‌। ଇଆଡ଼େ ଜୟର ଚିକିଛା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ଅଛେ, ହେଲେ ପରିବାର ଲୋକ୍‌ ଲକ୍ଷାଧିକ୍‌ ଟଁକା ଯୁଗାଡ଼ କରବାକେ ସକ୍ଷମ ନୁହଁନ୍‌। ଏନ୍‌ତାଥି ପରିବାରଟା ଉପେ ଶୂଇନ୍‌ ହେଇ ଭଗବାନ ଭରସାରେ ରହିଛନ୍‌।
ସୂଚନା ଅନ୍‌ସାରେ ପିପଲବାହାଲ ଗଁାର ଜୟ ମେହେରକଁର ପରିବାର କହେଲେ ମାଏକିନା ହିଙ୍ଗୁଳା, ଝି’ ସମିତା ଆର ପୁଓ ଚିନ୍ତାମଣିକୁଁ ନେଇ ତାକର ସଁସାର। ସଁପତି କହେଲେ ୨୫ ଡେସିମିଲ ଚାଷ୍‌ ଜମିକେ ଛାଡ଼ିଦେଲେ କିଛି ନଁାଇଁନ। ଇଆଡ଼େ ଯୁବକ୍‌ ସମିଆରେ ଜୟ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ହେଇ ଅକାମିକା ହେଇଯାଇଥିଲେ। ଯେନ୍‌ଥିରଲାଗି ସେ ଭିଡ଼ଭାଡ଼ କାମ୍‌ଧଁଦା ନାଇଁ କରିପାରୁଥାଇ। ଫିଦିନ ଆଇସକ୍ରିମ ବିକି ଯାହା ରୁଜଗାର କରୁଥିଲେ ସେଥ୍‌ରେ ଘର ଚଲବାର ସଂଗେ ପିଲାଛୁଆକର ପାଠ୍‌ପଢ଼ା ଚଲୁଥିଲା। ଇଆଡ଼େ ସରକାରୀ ସାହାଯ୍‌ କହେଲେ ମାସିକ ମିଲୁଥିବାର ୩୫ କେ.ଜି. ଚାଉଲ ଆର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଁଡ଼େ ପାଇଛନ୍‌। ଏନ୍‌ତାଥି ଗଲା ୪ ମାସ ତଲ ଜୟ ଘର ଉପରୁ ତଲେ ପଡ଼ି ଗୁରୁତର ହେଇଥିଲେ। ପରିବାର ଲୋକ୍‌ ୮୫ ହଜାର ଟଁକା ଧାର ଉଧାର କରି ଭିନେ ଭିନେ ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଥିଲେ। ଶେଷେ ମା’ପୁଓ ଜୟକେ କଟକ ବଡ଼ ଡାକ୍‌ତରଖାନାକେ ନେଇଥିଲେ। ସେଠାନେ ପରୀକ୍ଷାରୁ ଜନାପଡ଼ଲା ଯେ ତାକର ମେରୁହାଡ଼ ଭାଂଗିଯାଇଛେ ଆର ଅପରେଶନ ଲାଗି ଲକ୍ଷାଧିକ୍‌ ଟଁକା ଦରକାର। ଏନ୍‌ତାଥି ମା’ପୁଓ ପଏସା କଉଡ଼ ଅଭାବୁ ଉପେ ଶୂଇନ୍‌ ହେଇ ୪ ହଜାର ଟଁକା ଉଷୋକଷା ଧରି ଘରକେ ପଲେଇ ଆଏଲେ। ସେ ଦିନ୍‌ଠାନୁ ଜୟ ଚିକିଛା ଅଭାବୁ ଭଗବାନ ଭରସାରେ ଘରେ ପଡ଼ି ରହିଛନ୍‌। ଇଆଡ଼େ ସେ ଉଷୋକଷା ସରବାର ଉପରେ ଥିଲାବେଲେ ପାଖାପାଖି ୧୫ ଦିନ୍‌ ହେଲା ଜୟ ଖାନାପିନା ଠିକ୍‌ ହିସାବେ ନାଇଁ କରିପାରବାର। ପରିସ୍ଥିତି ଏତେ ଖରାପ୍‌ ଯେ, ସେ ଖଟେ ଲାଂଗ୍‌ ହେଇ ପଡ଼ି ରହିଛନ୍‌, ହଲ୍‌ଚଲ ବି ନାଇଁ ହେଇପାରବାର। ଖଟେ ଗଧାମଖା, ଖାନାପିନା, ଝାଡ଼ାଝପଟ ସବୁ କରୁଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ଝି’ ଆର ପୁଓ ମାଟ୍ରିକ ପାସ କରି ଆଗ୍‌କେ ପଢ଼ି ନାଇଁ ପାରବାର। ଝି’ ବାପର ସେବା ଯତନ କରୁଥିଲାବେଲେ ପୁଓ କୁଲିମଜୁରି କରି ଘର ଚଲଉଛନ୍‌। ଇ ଗରିବ୍‌ ପରିବାର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ଜୟକେ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share