ଚିକିଛା ଅଭାବୁ ମୁର୍‌ତୁ ସଂଗେ ଯୁଝୁଛନ୍‌ ରବି

 

କୋମନା, ୨।୧୧(ଡି.ଏନ୍‌.ଏ.)-
ନୂଆପଡ଼ା ଜିଲା କୋମନା ବ୍ଲକ ସମରସିଙ୍ଗ ପଁଚେତ୍‌ ଅଧୀନ ଖଜୁରବାହାଲ ଗଁାର ରବି ରାଉତ(୩୬)। ସେ ମାସକେତେ ତଲେ ଗୁଟେ ଦୁରଘଟନାର ଶିକାର ହେଇ ସେ ଖଟେ ପଡ଼ି ରହିଛନ୍‌। ଏନ୍‌ତାଥି ଟଁକା ପଏସା ଅଭାବ୍‌କେ ଚିକିଛା ଅଭାବୁ ସେ ମୁର୍‌ତୁ ସଂଗେ ଯୁଝୁଥିବାର ପରିବାର ଲୋକ୍‌ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଆଏଜ୍‌କେ ଦୁଇମାସ ତଲେ ରବି ଗୁଟେ ସଡ଼କ ଦୁରଘଟନାର ଶିକାର ହେଇଥିଲେ। ପରିବାର ଲୋକ୍‌ ଚିକିଛା ଲାଗି ତାହାକୁ ରାୟପୁରର ରାମକ୍ରୀଷ୍ଣ କେଆର ହସ୍ପିଟାଲରେ ଭରତି କରିଥିଲେ। ସେଠାନେ ସେ ଦିନାକେତେ ଚିକିଛିତ୍‌ ହେଲା ଉତାରୁ ଉଚ ଚିକିଛା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ବଲି ଡାକ୍‌ତର କହିଥିଲେ। ଏନ୍‌ତାଥି ପରିବାର ଲୁକ୍‌କର ମୁଡ଼େ ଚଡ଼କ ପଡ଼ିଥିଲା। ଟଁକା ପଏସା ଅଭାବୁ ପରିବାର ଲୋକ୍‌ ମୁହୁଁକାନ ଶୁଖେଇ ରବିକୁଁ ଅଧାତିଆ ଚିକିଛା କରେଇ ଘରକେ ଫିରେଇ ଆନ୍‌ଲେ। ଏହେଦେ ରବି ଚିକିଛା ଅଭାବୁ ଘରେ କୋମା ଅବସ୍‌ତାରେ ମୁର୍‌ତୁ ସଂଗେ ଯୁଝୁଥିବାର ଦେଖ୍‌ବାକେ ମିଲିଛେ। ରବିକଁର ଏନ୍‌ତା ଅବସ୍‌ତା ଦେଖି ବୁଢ଼ି ମା’ ପିଲାବାଇ ରାଉତ, ମାଏକିନା ସୁକାନ୍ତି ଆର ୪ ଝି’ ଦୁଖ୍‌ଥି ଭାଂଗି ପଡ଼ିଛନ୍‌। ସଭେ ହରମେଶା ରବିକଁର ଚିକିଛା ଚିନ୍‌ତାରେ ଆଖିଥୁ ଲହ ଗଡ଼ଉଛନ୍‌। ଇଅଡ଼େ ଘରର ଗୁଟେବଲି ରୁଜ୍‌ଗାରିଆ ଲୋକ୍‌ ଖଟେ ପଡ଼ି ରହିଲାବେଲେ ପରିବାରର ବୋଝ୍‌ ସୁକାନ୍ତିକଁର ଉପରେ ପଡ଼ିଛେ। ସୁକାନ୍ତି ଫିଦିନ କୁଲିମଜୁରି କରି ଆନ୍‌ଲେ ଯାଇ ଘରର ଚୁଲି ଜଲୁଛେ। ଇ ଦୁଖି ପରିବାରକେ ମିଲୁଥିବାର ସରକାରୀ ସାହାଯ୍‌ କହେଲେ ମାସିକ ୨୫ କେ.ଜି. ଚାଉଲ ଆର ବୁଢ଼ି ମା’ ପାଉଥିବାର ୫ଶହ ଟଁକା ଭତା। ଏନ୍‌ତାଥି ଉପେ ଶୂଇନ୍‌ ସୁକାନ୍ତି ଗଣମାଧ୍ୟମ ଜରିଆରେ ଆପ୍‌ନେ ରବିକଁର ଚିକିଛା ସାହାଯ୍‌ ଲାଗି ଜିଲା ପରଶାସନ ଆର ଜିଲା ସୁଆସ୍‌ତିଅ ବିଭାଗକେ ଗୁହାରି କରିଛନ୍‌।

Share