ଚିକିଛା ଲାଗି ଟଁକା ଅଭାବ: ସରକାରୀ ସୁବିଧାରୁ ବଁଚିତ୍‌ ଦିବ୍ୟାଙ୍ଗ ତୃପ୍ତି

 

ଜାମଟିକ୍ରା, ୩୦।୧୧(ଡି.ଏନ୍‌.ଏ.)-
ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ପତ୍ରାପାଲି କେନାଲ ଛକର ରାଜକିଶୋର ପଧାନ ଆର ସୁଷମା ପଧାନକଁର ଝି’ ତୃପ୍ତି ପଧାନ (୧୮)। ଜନ୍‌ମୁ ତାକର ଦୁଇ ଆଏଁଖ୍‌ ନାଇଁ ଦିଶ୍‌ବାର। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ରାଜକିଶୋର ପରହର କାମ୍‌ବୁତା କରି କୁଟୁମ ପୁଷୁଛନ୍‌। ଏନ୍‌ତାଥି ସେ ଝ’ର ଚିକିଛା କରେଇ ନାଇଁପାରବାର।
ସୂଚନା ଅନ୍‌ସାରେ ବୁଗବୁଗା ପଁଚେତ୍‌ ପତ୍ରାପାଲି କେନାଲ ଛକର ରାଜକିଶୋର ପଧାନକଁର ପରିବାର କହେଲେ ମାଏକିନା ସୁଷମା, ଦୁଇ ଝି’ ପ୍ରୀତି ଆର ତୃପ୍ତିକେ ନେଇ ସଁସାର। ତୃପ୍ତିକଁର ଜନ୍‌ମୁ ଦୁଇ ଆଏଁଖ୍‌ ନାଇଁ ଦିଶ୍‌ବାର। ଏନ୍‌ତାଥି ମା’ ସୁଷମା ତାକର ଗଧାମଖା, ଖିଆପିଆ, ଝାଡ଼ାଝପଟ କଥା ସବୁ ବୁଝୁଛନ୍‌। ଝି’ର ଚିକିଛା ଲାଗି ଗରିବ୍‌ ମା’ବାପ୍‌ ଧାର ଉଧାର କରି ଅତାବିରାନୁ ମୂଲ କରି ବୁର୍ଲା ବଡ଼ ଡାକ୍‌ତରଖାନା ତକ୍‌ ନେଇ ନିରାଶ ହେଇଛନ୍‌। ହେଲେ ଟଁକା ପଏସା ଅଭାବୁ ମା’ବାପ୍‌ ତୃପ୍ତିକଁର ଉଚ ଚିକିଛା କରେଇ ନାଇଁପାରବାର। ଇଆଡ଼େ ତୃପ୍ତିକଁର ଆଏଁଖ୍‌ ନାଇଁ ଦିଶ୍‌ବାର ଲାଗି ଆଧାର କାର୍ଡ ତିଆର ନାଇଁ ହେଇପାରବାର ବଲି ପରିବାର ଲୋକ୍‌ କହିଛନ୍‌। ଭିନେ ଭିନେ ଜାଗାରେ ଅନ୍‌ଲାଇନ ୫ ଥର ଆବେଦନ କରି ନିରାଶ ହେଇଛନ୍‌। ତୃପ୍ତି ୧୦୦ ପରତିଶତ ଭିନ୍ନକ୍ଷମ ହେଇଥିଲେ ବି ଆଧାର କାର୍ଡ ଅଭାବୁ ସରକାରୀ ଭତା, ରାଶନ ସାମାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ସେ ତାକର ଭିନ୍ନକ୍ଷମ ପରମାନପତର ନବୀକରନ ବି କରେଇ ନାଇଁ ପାରବାର। ତୃପ୍ତିକଁର ବାପା ରାଜକିଶୋର କୁଲିମଜୁରି କରି ଯାହା କମଉଛନ୍‌ ସେଟା ପରିବାରର ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ଏନ୍‌ତାଥି କୁଟୁମବସିଆ ଗୁଟେ ଭଂଗା ଦଦ୍‌ରା ମାଏଟ୍‌ କୁରିଆରେ ବଡ଼ା ଗୁଲ୍‌ଗୁଲା ହେଇ ରହୁଛନ୍‌। ଉପେ ଶୂଇନ୍‌ ଗରିବ୍‌ ମା’ବାପ୍‌ ଝି’ର ଚିକିଛା ସାହାଯ୍‌, ସରକାରୀ ସୁବିଧା ସୁଯୋଗ ଲାଗି ଗଣମାଧ୍ୟମ ଜରିଆରେ ରାଏଜ୍‌ ସରକାର ଆର ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ତୃପ୍ତିକଁର ଆଧାର କାର୍ଡ ଲାଗି ଚେଷ୍‌ଟା କରାଯିବା ଆର ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଛନ୍‌।

Share