ଚିକିଟିକୁ ଲେଉଟିଲେ ହାତୀପଲ

ଚିକିଟି,୧୯ା୧(ଡି.ଏନ.ଏ.)-ଗଜପତି ଜିଲାର ଲଖାରି ଜଙ୍ଗଲ ଛାଡି ଏଣେତେଣେ ବୁଲୁଥିବା ଏକ ହାତୀପଲ ପୁଣି ଏବେ ଚିକିଟି ଅଞ୍ଚଳକୁ ଫେରିଛନ୍ତି। ଶନିବାର ବିଳମି୍ବତ ରାତିରେ ଗୋବିନ୍ଦନଗର ଗ୍ରାମର କୋରା ସାହୁ, ଗୋବର୍ଦ୍ଧନ ସାହୁଙ୍କ ଧାନଖଳାରେ ୧୦ରୁ ଊର୍ଦ୍ଧ୍ୱ ହାତୀପଲ ପଶି କ୍ଷତିଗ୍ରସ୍ତ କରିଛନ୍ତି। ଗତ ୧୧ ତାରିଖରେ ରାଧାମୋହନପୁର, ଗୋବିନ୍ଦନଗର, ଝିଙ୍କିପଦର, ଭାଲିଆବାଡ, ଏରଣ୍ଡ୍ରା, କୃଷ୍ଣନଗର ଆଦି ଇଲାକାରେ ୧୦ରୁ ଊର୍ଦ୍ଧ୍ୱ ଚାଷୀଙ୍କର ଧାନଫସଲ ସମେତ ବିଭିନ୍ନ ପନିପରିବା କ୍ଷତିଗ୍ରସ୍ତ ହୋଇଥିଲା। ନିର୍ଦ୍ଧିଷ୍ଟ ଅଞ୍ଚଳରେ ହାତୀପଲ ରହିବା ସହିତ ସନ୍ଧ୍ୟା ହେଲେ ଜନବସତିଆଡକୁ ମାଡିଆସୁଛନ୍ତିି ା ବର୍ତ୍ତମାନ ହାତୀପଲ ରାଧାମୋହନପୁର ଗ୍ରାମ ନିକଟସ୍ଥ ପାହାଡରେ ରହୁଥିବା ସୂଚନା ମିଳିଛି। ଫଳରେ ଗୋବିନ୍ଦନଗର, ରାଧାମୋହନପୁର, ଭାଲିଆବାଡ, ଝିଙ୍କିପଦର ସମେତ ଆଖପାଖ ଅଞ୍ଚଳର ଲୋକମାନେ ଆତଙ୍କିତ ଅଛନ୍ତିି। ଏହି ହାତୀପଲକୁ ଘଉଡାଇବା ପାଇଁ ଚିକିଟି ବନବିଭାଗ ପକ୍ଷରୁ ଚେଷ୍ଟା କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହଁ। ଏହିଭଳି ସମସ୍ୟା ଲାଗିରିଲେ ଆଗାମୀ ଦିନରେ ଧାନଫସଲ ନଷ୍ଟ ହେବା ସମ୍ଭାବନା ରହିଛି। ଏଣୁ ହାତି ଘଉଡାଇବା ଦିଗରେ ଦୃଢ ପଦକ୍ଷେପ ନିଆଯିବାକୁ ଚାଷୀମାନେ ଦାବି କରିଛନ୍ତିି। ଏ ସମ୍ପର୍କରେ ଚିକିଟି ବନପାଳ କେ.କବିତାଙ୍କ ସହ ଯୋଗାଯୋଗ ବେଳେ ହାତୀ ଘଉଡାଇବା ପାଇଁ ଟ୍ରାକ୍‌ ପ୍ରସ୍ତୁତ କରି ଚେଷ୍ଟା ଚାଲିଛି ବୋଲି କହିଛନ୍ତିି ା