Advertisement

ଚିକିଟି ବିଧାନସଭାରେ କଡା ଟକ୍କର

ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀରେ ଭାଜପା ଏବଂ ବିଜେଡି ମଧ୍ୟରେ କଡା ଟକ୍କର ଚାଲିଛି। ପ୍ରଥମ ରାଉଣ୍ଡରେ ବିଜେଡିର ଉଷା ଦେବୀ ୨୩୩୩ ଭୋଟ ପାଇଥିବା ବେଳେ ଭାଜପାର ମନୋରଞ୍ଜନ ଦ୍ୟାନସାମନ୍ତରା ୨୪୬୩ ଖଣ୍ଡ ଭୋଟ ପାଇ ଆଗୁଆ ରହିଥିଲେ। ହେଲେ ଦ୍ୱିତୀୟ ରାଉଣ୍ଡରେ ଉଷା ଦେବୀ ୨୨୭୮ଖଣ୍ଡ ଭୋଟ ପାଇଥିବା ବେଳେ ମନୋରଞ୍ଜନଙ୍କୁ ମିଳିଥିଲା ୧୭୩୯ ଖଣ୍ଡ ଭୋଟ। ଦୁଇ ରାଉଣ୍ଡ ସୁଦ୍ଧା ବିଜେ ୪୬୧୧ ଖଣ୍ଡ ଭୋଟ ମିଳିଥିବା ବେଳେ ଭାଜପାକୁ ୪୨୦୨ ଖଣ୍ଡ ଭୋଟ ମିଳିଛି। କଂଗ୍ରେସର ସୁବାସ ରାଉତ ପ୍ରଥମ ରାଉଣ୍ଡରେ ୧୯୫ ଏବଂ ଦ୍ୱିତୀୟ ରାଉଣ୍ଡରେ ୧୨୮ ଭାବେ ମୋଟ ୩୨୩ ଖଣ୍ଡ ଭୋଟ ପାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel