ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ସମ୍ବଲପୁର,୨୦।୧୦(ବ୍ୟୁରୋ): ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀଙ୍କ ରବିବାର ଭୋର ସମୟରେ ମୃତ୍ୟୁ ଘଟିଛି । ସେ ହେଲେ ପ୍ରକାଶ ସୁନା ଓରଫ୍‌ ବଣ୍ଟି (୩୦)। ତାଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ତେବେ ବୁର୍ଲା ଥାନାରୁ କେସ୍‌ ନଂ. ୩୬୪/୧୯ରେ ଡକାୟତି ମାମଲାରେ ସେ ଜେଲରେ ଥିଲେ ।
ସୂଚନାଯୋଗ୍ୟ, ୪ ଦିନ ତଳେ ପ୍ରକାଶଙ୍କ ଦେହ ଅସୁସ୍ଥ ହୋଇଥିଲା। ପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କର ମୃଦଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

Share