ଚିକିତ୍ସାଳୟରେ ଔଷଧିୟ ବୃକ୍ଷଚାରା ରୋପଣ

ବରଗଡ଼ ଅଫିସ୍‌,୧୪।୭ – ବରଗଡ଼ ସହର ଉପକଣ୍ଠ ନାଗେନପାଲିସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ପରିସରରେ ଶନିବାର ଔଷଧିୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ୱ ପ୍ରକାର ଔଷଧୀୟ ବୃକ୍ଷ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ଼ ବନ ବିଭାଗର ରେଞ୍ଜ ଅଫିସର ମହେନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବତନ ଜିଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡା. କିଶୋର ମିଶ୍ର କାର୍ଯ୍ୟକ୍ରମରେ ଯୋଗଦାନ କରି ଔଷଧୀୟ ବୃକ୍ଷର ଉପକାରିତା ଉପରେ ଆଲୋକପାତ କରିଥିଲେ । ଜିଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡା. ଆରତୀ ମିଶ୍ର, ସ୍ଥାନୀୟ ମଠାଧୀଶ ମହନ୍ତ ପରମାନନ୍ଦ ଦାଶ ମହାରାଜ, ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷ ସୌଭାଗ୍ୟ ରଞ୍ଜନ ନାୟକ, ସ୍ଥାନୀୟ ଆୟୁର୍ବେଦ ଚିକିତ୍ସାଧିକାରୀ ଡା. ରାଧାରାଣୀ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ମତ ରଖିଥିଲେ । ନାଗେନପାଲିସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ଆୟୁର୍ବେଦ ସହାୟକ ଚିତ୍ତରଞ୍ଜନ ଶର୍ମା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଗାଇସୀମାସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ଚିକିତ୍ସାଧିକାରୀ ଡା. ଅଜିତ କୁମାର ଦର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।