ଚିକିତ୍ସା ଅବହେଳାରୁ ଦେଢ଼ ବର୍ଷର ଶିଶୁର ଗଲା ଜୀବନ

କୋରୁକୋଣ୍ଡା,୬।୬(ଡି.ଏନ.ଏ): ମାଲକାନଗିରି ଜିଲାର ଖଇରପୁଟ ବ୍ଲକର ସଦର ମହକୁମାରେ ଚିକିତ୍ସା ଅବହେଳାରୁ ଜଣେ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସୋମବାର ଉକ୍ତ ଗଁାର ଦେଢ଼ ବର୍ଷ ଶିଶୁଟିର ଦେହ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଚିକିତ୍ସା ବଦଳରେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ପରିବାର ଲୋକେ କାକୁତି ମିନତୀ କରିବା ହେବା ପରେ ଡାକ୍ତର ଶିଶୁଟିର ରକ୍ତ ପରୀକ୍ଷା ପାଇଁ ନମୂନା ପଠାଇଥିଲେ। ହେଲେ ଏ ପର୍ଯ୍ୟନ୍ତ ରକ୍ତ ପରୀକ୍ଷାର ରିପୋର୍ଟ ଆସି ନ ଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଶିଶୁଟିର ମୃତ୍ୟୁ ହୋଇଛି। ତେବେ ଡାକ୍ତର ଓ ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ପରିବାର ଓ ସମ୍ପର୍କୀୟ ଲୋକ ଅଭିଯୋଗ କରିଛନ୍ତି।

Share