ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାରିପଦା ଅଫିସ,୧୪।୬: ଚିକିତ୍ସା ଅବହେଳାରୁ ବାରିପଦା ମେଡିକାଲ କଲେଜରେ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଶୁକ୍ରବାର ଅଭିଯୋଗ କରିଛନ୍ତି। ଏ ନେଇ ମହିଳାଙ୍କ ମୃତଦେହକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି କ୍ଷତିପୂରଣ ଦାବି କରାଯାଇଛି।
ସୂଚନା ମୁତାବକ ଖୁଣ୍ଟା ଥାନା ଅଧୀନ ଘଣ୍ଟିସିଲା ଗ୍ରାମର ଦାଶରଥି ମୁର୍ମୁଙ୍କ ସ୍ତ୍ରୀ ବାଙ୍ଗିଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୧ ତାରିଖରେ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଅଲ୍‌ଟ୍ରାସାଉଣ୍ଡ ବେଳେ ତାଙ୍କ ଗର୍ଭରେ ଯାଆଁଳା ସନ୍ତାନ ଥିବା ଜଣାପଡ଼ିଥିଲା। ତେବେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଗୁରୁବାର ତାଙ୍କର ମୃତ୍ୟୁ ଘଟିଥିବା ସ୍ବାମୀ ଦାଶରଥି ଅଭିଯୋଗ କରିଛନ୍ତି। ଚିକିତ୍ସା ବେଳେ ଡାକ୍ତର ତାଙ୍କୁ ଟଙ୍କା ମାଗିଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ମେଡିକାଲ ପକ୍ଷରୁ କାହାର ମତାମତ ମିଳିପାରି ନାହିଁ।

Share