ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ : ଡାକ୍ତରଖାନା ପରିସରରେ ଉତ୍ତେଜନା

ଅନୁଗୋଳ ଅଫିସ,୨୬।୯: ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଗୁରୁବାର ଜଣଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ଘର ବଅଁରପାଳ ବ୍ଲକ ନୂଆହତା ଅଞ୍ଚଳର ବିରଜା ମୋହନ ପଟ୍ଟନାୟକ(୫୧)। ସେ ବୁଧବାର ବିଷପାନ କରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ କହିଥିଲେ। ମାତ୍ର ମେଡିକାଲ କର୍ତ୍ତୃପକ୍ଷ ନ କରିବାରୁ ବିରଜାଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ ମେଡିକାଲରେ ଚାପା ଉତ୍ତେଜନା ଦେଖାଦେଇଛି।

Share