ରାୟଗଡ଼ା ଅଫିସ,୩।୧୦: ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଗୁରୁବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ସ୍ଥାନୀୟ ପୋଲିସ ଚିକିତ୍ସାଳୟ କର୍ମଚାରୀଙ୍କୁ ଥାନାକୁ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି ା
ସୂଚନାଯୋଗ୍ୟ, ସାଇ ପ୍ରିୟା ନଗର ଏଫ୍ସିଆଇ ଗୋଦାମ ସମ୍ମୁଖରେ ରହୁଥିବା ରଶ୍ମୀରଞ୍ଜନ ଖଟୁଆ(୪୯) ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ବରିଷ୍ଠ ବିଭାଗର ୩୪ ନମ୍ବର ବେଡ୍ରେ ରହି ଚିକତ୍ସିତ ହେଉଥିଲେ। ତେବେ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏ ନେଇ ଚିକିତ୍ସାଳୟ ସମ୍ମୁଖରେ ଚାପା ଉତ୍ତେଜନା ଲାଗିରହିଛି। ଚିକିତ୍ସାଳୟ ତରଫରୁ କୁହାଯାଇଛି ଯେ, ଚିକିତ୍ସାରେ ଯଦି କୌଣସି ଅବହେଳା ହୋଇଥିବ ତେବେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।