ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭଲପାଇ ବସିଥିଲେ ବୈଜୟନ୍ତୀ

ମୁମ୍ବାଇ: ବୈଜୟନ୍ତୀ ମାଲା ବାଲି। ୭୦ ଦଶକର ଆଗଧାଡିର ବଲିଉଡ୍‌ ନାୟିକା। ଆଜି ସେ ୮୩ ବର୍ଷରେ ପାଦ ରଖିଛନ୍ତି ସତ ହେଲେ ଏବେବି ସେ ଦର୍ଶକଙ୍କ ପାଇଁ ଅପାସୋରା ହୋଇରହିଛନ୍ତି। ଏହି ତାମିଲ କଳାକାର ମାତ୍ର ୧୩ ବର୍ଷ ବୟସରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ବେଳେ ସେ ଥିଲେ ଲକ୍ଷେ ଦିଲ୍‌ କି ଧଡକନ। କେତେଜଣ ନାୟକ ତାଙ୍କ ପ୍ରେମରେ ପଡିଥିବା ବେଳେ ସେ କିନ୍ତୁ ବିବାହ କରିଥିଲେ ଜଣେ ଡାକ୍ତରଙ୍କୁ। ନିମୋନିଆରେ ପୀଡିତ ଥିବା ବୈଜୟନ୍ତୀ ମାଲାଙ୍କୁ ଡା. ଚମନଲାଲ ବାଲି ଚିକିତ୍ସା କରୁଥିବା ସମୟରେ ବୈଜୟନ୍ତୀ ତାଙ୍କ ପ୍ରେମରେ ପଡିଥିଲେ। ଆଉ ମାର୍ଚ୍ଚ ୧୦, ୧୯୬୮ରେ ଉଭୟ ବିବାହ କରିଥିଲେ। ଏହି ପ୍ରେମ କାହାଣୀ ସମ୍ପର୍କରେ ଅନେକଙ୍କୁ ଜଣା ନ ଥିବ। ତେବେ ୧୯୫୧ରେ ବଲିଉଡ୍‌ ଦୁନିଆରେ ଫିଲ୍ମ ‘ବହାର’ ମାଧ୍ୟମରେ ବୈଜୟନ୍ତୀ ପାଦ ରଖିଥିଲେ। ଏହାପରେ ସେ ‘ନୂଆଦିଲ୍ଳୀ’, ‘ନୟାଦୋର’, ‘ଆଶା’ ଭଳି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ୧୯୬୪ରେ ଫିଲ୍ମ ‘ସଙ୍ଗମ’ରେ ବୈଜୟନ୍ତୀଙ୍କ ବୋଲ୍ଡ ଲୁକ୍‌ ଦେଖିବାକୁ ମିଳିଥିଲା। ଆଉ ଏଥିରେ ଥିବା ଗୀତ ‘ମେ କ୍ୟା କରୁ ରାମ ମୁଝେ ବୁଢା ମିଲଗୟା’ ଆଜିବି ଦର୍ଶକଙ୍କ ମନରେ ବସାବାନ୍ଧିଛି। ଆଉ ଫିଲ୍ମ ‘ଜୁଏଲ ଥିପ୍‌’ର ଗୀତ ‘ହୋଁଟୋ ପେ ଏସି ବାତ୍‌’ ଆଜିବି ଦର୍ଶକେ ଗୁଣୁଗୁଣାଉଛନ୍ତି।

Share