ଚିକିତ୍ସା ପାଇଁ ଔଷଧ ଦୋକାନକୁ ଚାଲିଆସିଲା ବୁଲା କୁକୁର: ଭିଡିଓ ଭାଇରାଲ

ଇସ୍ତାନବୁଲ,୨୫।୬: ତୁର୍କୀର ଇସ୍ତାନବୁଲରେ ଏକ ବୁଲା କୁକୁର ନିଜର ଚିକିତ୍ସା କରାଇବାକୁ ସିଧାସଳଖ ଔଷଧ ଦୋକାନରେ ପହଞ୍ଚିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବାନୁ ସେନଗିଜ ନାମକ ଜଣେ ପଶୁ ପ୍ରେମୀ ନିଜ ଔଷଧ ଦୋକାନରେ ଥିବା ସମୟରେ ଏକ ବୁଲା କୁକୁର ଗୋଡରେ ଆଘାତ ପାଇ ସିଧା ତାଙ୍କ ନିକଟରେ ପହଞ୍ଚଥିଲା। ସେ ଦେଖୁଦେଖୁ କୁକୁରର ଗୋଡ଼ରେ ବ୍ୟାଣ୍ଡେଜ କରିବା ସହ ତାକୁ ଆଣ୍ଟିସେପ୍ଟିକ୍‌ ମଧ୍ୟ ଦେଇଥିଲେ। ଏହାପରେ କୁକୁରଟି କୃତଜ୍ଞତା ଜଣାଇବା ଭଳି ଢଙ୍ଗରେ ସେଇଠାରେ ଶୋଇପଡିଥିଲା। ଏମିତି ଏକ ଭିଡିଓ ବାନୁ ଶେୟାର କରିବା ପରେ ଏହାକୁ ବହୁ ମାତ୍ରାରେ ଲାଇକ୍‌ କରାଯାଉଛି। କେହି କେହି ବାନୁଙ୍କ କାର୍ଯ୍ୟକୁ ପ୍ରଶଂସା ନ କରି ରହି ପାରୁ ନାହାଁନ୍ତି।

Share