ଚିକିତ୍ସା ଲାଗି ଟଁକା ଅଭାବ୍‌: ରୋଗ୍‌ରେ ଶଢ଼ୁଛନ୍‌ ମା’ଛେଉଁଡ଼ କେଦାର

ପଦ୍ମପୁର, ୧୧।୭ (ଡି.ଏନ୍‌.ଏ.):  ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ସରେଇକେଲା ପଁଚେତ୍‌ ସମ୍ବଲପୁରୀ ଗାଁର କୈଳାଶ ବରିହାକଁର ପୁଓ କେଦାର ବରିହା(୫)। ୨ ବଛତର ତଲେ କେଦାରକଁର ମା’ ରାଧିକା ଆରପାରକେ ଚାଲିଯାଇଛନ୍‌। ଇଆଡ଼େ କେହେନ୍‌ସି ରୋଗ୍‌ର ପରଭାବାରେ କେଦାରକଁର ମୁଡ଼ ବଢ଼ତେଲ ଯାଉଥିଲାବେଲେ ପିଠିଥି ଗୁଟେ ଆବୁ ବଢ଼ୁଛେ। ପରିବାରଟା ନିହାତି ଗରିବ ଆର ଆଦିବାସୀ ସମାଜର ହେଇଥିଲାବେଲେ ପୁଓର ଚିକିତ୍ସା କରାବାକେ ଟଁକା ପଏସାର ବଡ଼ଭାରି ଅଭାବ ରହିଛେ। ବାପ୍‌ ଅଜା କୁଲି ମଜୁରି କରି କୁଟୁମ ପୁଷୁଥିଲାବେଲେ ଆଈ ନାତି କେଦାରର ସେବା ଯତନ୍‌ରେ ହରମେଶା ଲାଗି ରହିଛନ୍‌। ପରିବାର ଲୋକ ଚିକିତ୍ସା ଲାଗି କେଦାରକେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟକେ ନେଇଥିଲେ, ହେଲେ ଡାକ୍‌ତର କେଦାରକଁର ଉଚଧରନର ଚିକିତ୍ସା ଆର ଅପରେଶନ ଦରକାର ଯେନ୍‌ଟା ଇଠାନେ ନାଇଁ ହେଇପାରେ ବଲି ଫିରେଇ ଦେଇଥିବାର ପରିବାର ଲୋକ୍‌ କହିଛନ୍‌। ହେଲେ ଇଥିରଲାଗି ଲକ୍ଷାଧିକ୍‌ ଟଁକା ଦରକାର, ଇଆଡ଼େ ଇ ନିରୀହ ଆଦିବାସୀ ପରିବାରକେ ଫିଦିନ ଦୁଇମୁଠା ଖାଏବାରଟା ଜୁଗାଡ଼ କରବାକେ ଯୁଝବାକେ ପଡ଼ୁଛେ। ଏନ୍‌ତା ଅଭାବ ଅନାଟନ ଭିତରେ ଲକ୍ଷାଧିକ୍‌ ଟଁକା ଖରଚ୍‌ କରି କେଦାରକଁର ଚିକିତ୍ସା କରାବାର କଥା ପରିବାର ଲୋକ ସପନ୍‌ରେ ବି ଭାବି ନାଇଁ ପାରବାର। ସରକାରୀ ଯୋଜନାରେ ପକାଘର ଖଁଡ଼େ, କେଦାର ଲାଗି ଭିନ୍ନକ୍ଷମ ଭତା, ଚିକିତ୍ସା ସାହାଯ୍‌ ପରିବାର ଲାଗି ଆଏଜ୍‌ ବି ସାତ୍‌ସପନ ହେଇ ରହିଛେ। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ କେଦାରକୁଁ ଚିକିତ୍ସା ସାହାଯ୍‌ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।