ଚିକିତ୍ସା ଲାଗି ଟଁକା ବାଧକ:ଅଜନା ରୋଗ୍‌ରେ ବାପ୍‌ ଖଟେ, ପୁଓ ମାନ୍‌ସିକ ରୁଗୀ

ସିନାପାଲି, ୨୮।୬ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକର ବ୍ରାହ୍ମଣୀଗୁଡ଼ା ଗଁା। ସିନାପାଲି ସଦରନୁ ୧୨ କି.ମି. ଦୂରେ ରହିଥିବାର ଇ ଗଁାରେ ବାସ କରୁଛନ୍‌ ରାଧେଶ୍ୟାମ ବାଗ(୪୫)। ପରିବାର କହେଲେ ମାଏକିନା ସନ୍ତୋଷୀ(୪୨), ବଡ଼ପୁଓ ବିଷୁ(୧୦), ରୁପିନା(୬) ଆର ଯାଅଁାଲାଜିଅଁା ଦୁଇ ଝି’ ଦେବେନ୍ଦ୍ରି(୨), ଝରଣା(୨)କେ ନେଇ ତାକର ସଁସାର। ପରିବାରଟା ହଁସ୍‌ଖୁସିରେ ଚାଲିଥିଲା, ହେଲେ ହଠାତ୍‌ ରାଧେଶ୍ୟାମ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି ଉଠିବସି ନାଇଁ ପାରଲେ। ଗୋଡ଼ହାତ ଅଚଲ ହେଇଯାଇଛେ, ଖାଇପିଇ ବି ନାଇଁ ପାରବାର। ଏନ୍‌ତା ପରିସ୍ଥିତିରେ ମାଏକିନା ସନ୍ତୋଷୀ ତାକର ସେବାଯତନ୍‌ କରୁଛନ୍‌। ଇଆଡ଼େ ବଡ଼ପୁଓ ବିଷ୍ଣୁ ବି ଝନେ ମାନସିକ୍‌ ରୁଗୀ। ଏନ୍‌ତାଥି ଦୁଇ ଛୋଟ ଛୋଟ ଯାଅଁାଲାଜିଅଁା ଝି’କେ ଛାଡ଼ି ସନ୍ତୋଷୀ ବାହାରକେ କାମବୁତା କରିଯାଇ ନାଇଁ ପାରବାର। ଏହେଦେ ପରିବାର ଲାଗି ମାସିକ ମିଲୁଥିବାର ସରକାରୀ ଚାଉଲ ଆର ବଡ଼ପୁଓର ଭତା ସାହାଭରସା ହେଇଛେ। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ନା’କେ ଜମିବାଡ଼ି ଟିକେ ଅଛେ। ଏନ୍‌ତାଥି ଆପ୍‌ନେ କି ପୁଓର ଚିକିସତ୍ା କରାବାର ଉପେ ନାଇଁ ବଲି କଁଦ୍‌କଁଦିନିଅଁା ହେଇ ସନ୍ତୋଷୀ କହିଥିଲେ। ଇଆଡ଼େ ସରକାର ଗରିବ୍‌ ଦୁଖିକର ହିତ୍‌ ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଇ ଦୁଖି ପରିବାରଟା ଅନେକ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛେ। ପରିବାରଟା ଗୁଟେ ଅଧାଗଢ଼ା ଘରେ ପଲିଥିନ ଢ଼ାପି ରହୁଥିଲାବେଲେ ଆଏଜ୍‌ତକ କେହେନ୍‌ସି ସରକାରୀ ବାବୁକଁର ନଜର ଇ ଦୁଖି ପରିବାର ଉପରେ ନାଇଁ ପଡ଼ିପାରି। ଇ ବାବ୍‌ଦେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧାକାରୀ ଡା.ସୁକାନ୍ତି ପଣ୍ଡାକୁଁ ପଚରାଲାରୁ ସେ ସଂଗେ ସଂଗେ ଚିକିସତ୍ା ବେବସ୍‌ତା ଲାଗି ଗଁାକେ ଯାଇଥିଲେ ଆର ଅଧ୍‌କା ଚିକିସତ୍ା ଲାଗି ନୂଆପଡ଼ା ମୁଖିଆ ଡାକ୍‌ତରଖାନାକେ ପଠାଯିବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।