ଚିକିତ୍ସା ଲାଗି ଟଁକା ବାଧକ୍‌: ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ଚିନ୍ମୟୀ

କେସିଙ୍ଗା, ୧୦।୭ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଓ୍ବାର୍ଡ ନଂ.୩ର ବାସିନ୍‌ଦା ହେଉଛନ୍‌ ବିନୋଦ ବିଶି(୨୬)। ପରିବାର କହେଲେ ମାଏକିନା ପିରବତୀ ବିଶି(୨୩) ଆର ଝି’ ଚିନ୍ମୟୀ(୧୧ ମାସ)କେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ବିନୋଦ କୁଲି ମଜୁରି କରି କୁଟୁମ ପୁଷୁଛନ୍‌। ସେନ୍‌ତା ଅଭାବ ଅନାଟନ ଲାଗି ସୂରଯ୍‌, ଚଁଦର ଦିଶୁଥିବାର ଗୁଟେ ଖପର ଘରେ ପରିବାରଟା ମୁଡ଼ ଗୁଁଜିଛନ୍‌। ହେଲେ ଏହେଦେ ଇ ଗରିବ୍‌ ପରିବାର ଉପରେ ସତେ ଯେନ୍‌ତା ଅକାଲ ଚଡ଼କ୍‌ ପଡ଼ିଛେ। ଝି’ ଚିନ୍ମୟୀ ଜନମ୍‌ ହେଲା ଉତାରୁ ପରିବାରରେ ଖୁସିର ଲହର ଖେଲିଯାଇଥିଲା। ହେଲେ ଦିନାକେତେ ଉତାରୁ ଚିନ୍ମୟୀର ମୁଡ଼େ ପାଏନ୍‌ ଜମି ମୁଡ଼ ବଢ଼ବାରେ ଲାଗ୍‌ଲା। ସେ ଦିନୁଦିନ୍‌କେ ଖାଏବାର ପିଇବାର କମେଇ ଦେଲେ। ଏନ୍‌ତାଥି ଗରିବ୍‌ ମା’ବାପ୍‌ ଧାର ଉଧାର କରି ଝି’ର ଚିକିସତ୍ା ଲାଗି ଆସର ପାସର ଡାକ୍‌ତରଖାନା ସମେତ ଜିଲା ମୁଖିଆ ଡାକ୍‌ତରଖାନା, ବୁର୍ଲା, କଟକ ନେଇ ନିରାଶ ହେଇଛନ୍‌। ଏହେଦେ ଚିନ୍ମୟୀର ଉଜନ ୮ କେ.ଜି. ଥିଲାବେଲେ ସେ ଖାଏବା ପିଇବା, ଶୁଇବାରେ ବଡ଼ଭାରି ଅସ୍‌ବିଧା ହେଉଛେ। ଇଆଡ଼େ ଚିନ୍ମୟୀର ମୁଡ୍‌ ଅପରେଶନ କରି ପାଏନ୍‌ କାଢ଼ବାରଲାଗି ହେଲେ ଲକ୍ଷାଧିକ୍‌ ଟଁକା ଦରକାର। ହେଲେ ଗରିବ୍‌ ମା’ବାପ୍‌ ଯେନ୍‌ଠାନେ ଦୁଇବେଲା ଦୁଇମୁଠା ଖାଏବାର ଲାଗି ଯୁଝୁଛନ୍‌, ସେଠାନେ ଲକ୍ଷାଧିକ୍‌ ଟଁକା ଖରଚ୍‌ର କଥା ଚିନ୍‌ତା ବି ନାଇଁ କରିପାରବାର। ଝି’ର ଚିକିସତ୍ା ସାହାଯ୍‌ ଲାଗି ମା’ବାପ୍‌ ବହୁତ ଥର ବିଭାଗିୟ ଅଧ୍‌କାରୀମାନକୁ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଯେନ୍‌ଥିରଲାଗି ସେମାନେ ଭଗବାନ ଭରସାରେ ଝି’କେ ଘରେ ପକେଇ ରଖିଛନ୍‌। ଇ ବାବ୍‌ଦେ ସିଡିଏମ୍‌ଓ ବନଲତା ଦେବୀକୁଁ ହ୍ବାଟ୍ସଆପ୍‌ରେ ଚିନ୍ମୟୀର ଫଟୋ ପଠେଇ ପଚରାଲାରୁ ଆମେ ଅନ୍‌ଲାଇନ୍‌ ଚିନ୍ମୟୀର ଚିକିସତ୍ା ଲାଗି ରେଜିଷ୍ଟ୍ରେସନ କରିଦେଇଛୁଁ। ଦିନେ ଦୁଇଦିନ୍‌ ଭିତରେ ଛୁଆକେ ଛୁଆକେ ଜିଲା ମୁଖିଆ ଡାକ୍‌ତରଖାନାକେ ଆନ୍‌ଲେ ଆମେ ଜିଲାପାଲକୁଁ କହି ରେଡକ୍ରସରୁ କଟକ ଯିବାର ଆଏବାର ଖରଚା ଆର ସେଠାନେ ଶିଶୁଭବନରେ ମାହାଲିଆ ଚିକିସତ୍ା ବେବସ୍‌ତା କରମୁ ବଲି ସେ କହିଥିଲେ।