ଚିକିତ୍ସିତ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ/ସଜନାଗଡ଼ ୨୩।୬(ଡି.ଏନ୍‌.ଏ.): ବାଲେଶ୍ବର ଜେଲରେ ଥିବା ଜଣେ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ ରାଜୁ ସିଂ(୩୦)। ତାଙ୍କ ଘର ନୀଳଗିରି ବ୍ଲକ ଅଯୋଧ୍ୟା ଅଞ୍ଚଳ ପ୍ରତାପପୁର ଗ୍ରମରେ। ସେ ଏକ ଚୋରି ମାମଲାରେ ଧରାପଡ଼ିଥିଲେ। ତାଙ୍କ ନାମରେ ନିଳଗିରି ଥାନାରେ ଏକ ମାମଲା ନଂ. ୨୦୦/୨୦ ରହିଛି। ଗତ ୨୦ ତାରିଖରେ ରାଜୁଙ୍କ ଦେହ ଖରାପ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।