ଚିକିସତ୍ା ଲାଗି ଟଁକା ଅଭାବ୍‌:୩ ବଛର ହେଲା ଖଟେ ପଡ଼ିଛନ୍‌ ପକ୍ଷାଘାତ ରୁଗୀ

ଲାଠୋର, ୨୦ା୭ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀ ପଡ଼ାର ରୁକୁରାମ ତାଣ୍ଡି(୫୦)। ମାଏକିନା ନୃଜ୍ୟ, ଝି’ ଶିବାନୀ ଆର ପୁଓ ଲଲିତକେ ନେଇ ତାକର ପରିବାର। ଫିଦିନ୍‌ ଜଂଗଲୁ ଜାଲନି କାଠ୍‌ ଆନି ବିକାଭଂଗା କରି ଯାହା କମାସନ ସେଥ୍‌ରେ ତାକର ପରିବାର ଚଲସି। ସବୁ ଠିକ୍‌ଠାକ୍‌ ଚାଲିଥିଲାବେଲେ ଆଏଜ୍‌କେ ୩ ବଛର ତଲେ ସେ ପକ୍ଷାଘାତ ରୋଗ୍‌ରେ ଆକ୍‌ରଁାତ ହେଲେ। ଏହେଦେ ସେ ଖଟେ ପଡ଼ିରହିଛନ୍‌। ଗଧାମଖାନୁ ଆରମ୍‌ କରି ଖାନାପିନା, ଝାଡ଼ାଝପଟ ସବୁ ଖଟେ କରୁଛନ୍‌। ଇଆଡ଼େ ଘରର ଗୁଟେ ବଲି ରୁଜ୍‌ଗାରିଆ ଲୋକ୍‌ ରୋଗ୍‌ରେ ଖଟେ ପଡ଼ି ରହିଲାବେଲେ ଘରର ଥିତି ଦୁହୁଲି ଯାଇଛେ। ଏନ୍‌ତାଥି ପିଲାଛୁଆକର ପାଠ୍‌ପଢ଼ାରେ ଅସବିଧା ଦେଖାଦେଇଛେ। ଇଆଡ଼େ ରୁକୁରାମ ଧାର ଉଧାର କରି ଭିନେ ଭିନେ ଡାକ୍‌ତରଖାନାରେ ଚିକିସତ୍ା କରେଇ ନିରାଶ ହେଇଛନ୍‌। ଏହେଦେ ପରିବାରଟା ବଡ଼ଭାରି ଅଭାବ ଅନାଟନରେ ଥିଲାବେଲେ ରୁକୁରାମ ଚିକିସତ୍ା ସୁବିଧା ନାଇଁପାଇ କରି ଭଗବାନ ଭରସାରେ ରହିଛନ୍‌। ଇଆଡ଼େ ମାଏକିନା ନୃଜ୍ୟ ପରହର ଘରେ କାମ୍‌ବୁତା କରି ପରିବାର ଚଲଉଛନ୍‌। ସରକାରୀ ସାହାଯ୍‌ କହେଲେ ଇ ଗରିବ୍‌ ପରିବାରକେ ମାସିକ ମିଲୁଛେ ୨୦ କେ.ଜି. ଚାଉଲ। ଏନ୍‌ତା କି ପରିବାରଟା ନିହାତି ଗରିବ୍‌ ଆର ଦୁରଦିନ୍‌ରେ ଗତି କରୁଥିଲେ ବି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଦିଗେ ଥାନୀୟ ପରଶାସନ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଦୁଖି ପରିବାର ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍‌।