ଚିକି ଚିକି ମୋର ଚିକିଣି ଗାଲ..

‘ଚିକି ଚିକି ମୋର ଚିକିଣି ଗାଲ, ରଙ୍ଗବତୀ ରସବତୀ ଜାଇଫୁଲ’। ଏପରି ଏକ ଆଇଟମ୍‌ ଗୀତକୁ ନେଇ ଓଲିଉଡ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଡ. ନିର୍ମଳ ନାୟକଙ୍କ ରଚିତ ଏବଂ ଅମରେନ୍ଦ୍ର ମହାନ୍ତିଙ୍କ ସ୍ବର ସଂଯୋଜିତ ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା। ଖାସ୍‌ କଥା ହେଲା, ଏଥିରେ ଡ୍ୟାନ୍ସ ତଡକା ଲଗାଇଛନ୍ତି ଚର୍ଚ୍ଚିତ ଆଇଟମ ଗର୍ଲ ରାନୀ ପଣ୍ଡା। ଫିଲ୍ମଟି ହେଲା ‘ଗଁା ନଁା ଗାଲୁଆପୁର’। ଅର୍ଥାତ୍‌, ରାନୀ ଖୁବ୍‌ଶୀଘ୍ର ବଡ଼ ପରଦାରେ ଆଇଟମ୍‌ ନମ୍ବରରେ ଦେଖାଦେବେ। ତାଙ୍କୁ ଏପରି ସୁଯୋଗ ଦେଇଛନ୍ତି ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର। ।
ତାଙ୍କ ନିର୍ଦ୍ଦେଶନାରେ ଫିଲ୍ମର ଶୁଟିଂ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସ୍ବଚ୍ଛ ଭାରତ ଅଭିଯାନ ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଏଥିରେ ପ୍ରୟାସ କରାଯାଇଛି। କାହାଣୀ ଅନୁସାରେ ଫିଲ୍ମର ନାୟକ ପପୁ ପମପମ ଜଣେ ପ୍ଲମ୍ବର ଭୂମିକାରେ ଅଭିନୟ କରୁଛନ୍ତି। ହେଲେ ସେ ଏକ ବଡ଼ ଚାକିରି କରିଛି ବୋଲି କହି ବୁଲୁଛି। ତେବେ ଏହାର ଶେଷ ପରିଣତି କ’ଣ ହେଉଛି ତାହା ନିକଟରେ ଶୁଟିଂ ଶେଷ ହୋଇଥିବା ସିନେମାରେ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ଏପରି ଆଇଟମ ନମ୍ବରକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ରାନୀ।

Share