Categories: ଫୁରସତ

ଚିକୁନଗୁନିଆକୁ ରୋକିବ ଯନ୍ତ୍ର

ନ୍ୟୁୟର୍କ: ୟୁଏସ୍‌ ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନଶନ(ସିଡିଓ)ର ଗବେଷକମାନେ ଏକ ଡିଭାଇସ୍‌ ବିକାଶ କରିଛନ୍ତି ଯାହା ମାଈ ମଶାଙ୍କୁ ଆକର୍ଷିତ କରିପାରିବ। ମଶା ଅଣ୍ଡା ଦେବାକୁ ଜାଗା ଖୋଜୁଥିବା ସମୟରେ ଏହି ଯନ୍ତ୍ର ମଶାକୁ ଟ୍ରାପ୍‌ କରିିବ। ଜର୍ନାଲ ପିଏଲ୍‌ଓଏସ୍‌ରେ ଏ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି। ଅଟୋସାଇଡାଲ ଗ୍ରାଭିଡି ଓଭିଟ୍ରାପ(ଏଜିଓ ଟ୍ରାପ) ନାମକ ଯନ୍ତ୍ର ଆମେରିକାର ପୁର୍ଟୋରିକୋରେ ପରୀକ୍ଷା କରାଯାଇଛି। ଯେଉଁ ପରିବାରରେ ଏହି ଯନ୍ତ୍ରକୁ ରଖାଯାଇଥିଲା ସେହି ପରିବାରରେ ଏଜିଓ ଟ୍ରାପ ରଖାଯାଇନଥିବା ପରିବାର ତୁଳନାରେ କମ୍‌ ପଜିଟିଭ କେସ୍‌ ମିଳିଥିଲା। ଏହି ଡିଭାଇସ ପୂରା କେମିକାଲମୁକ୍ତ। ଏହା ସହଜରେ ଏଡିଶ ମଶାର ବଂଶବୃଦ୍ଧିକୁ ନିୟନ୍ତ୍ରଣ କରିବା ସହ ସଂକ୍ରମଣ ମୁକ୍ତ କରିବ। ଏଜିଓ ଟ୍ରାପ ଅଧିକ ଲୋକ ବସବାସ କରୁଥିବା ଅଞ୍ଚଳରେ କିଭଳି କାମ କରିବା ତାହା ଉପରେ ସମୀକ୍ଷା କରାଯିବାପରେ ଜଣାପଡିବ।

Share