Categories: ଫୁରସତ

ଚିକେନ୍‌ ପରିବର୍ତ୍ତେ କାଉ ମାଂସରେ ବିରିୟାନି ବିକି ଗିରଫ ହେଲେ ଦୋକାନୀ

ଚେନ୍ନାଇ: ବଲିଉଡ୍‌ ଫିଲ୍ମ ‘ରନ୍‌’ରେ ଶୁଣିଥିବେ କାଉ ମାଂସରେ ବିରିୟାନି ହେବା କଥା। ମାତ୍ର ବାସ୍ତବରେ ଏପରି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ। ରାମେଶ୍ୱରମ୍‌ ରାସ୍ତାପାର୍ଶ୍ୱରେ ଥିବା ଏକ ହୋଟେଲରେ ବିରିୟାନିରେ ଚିକେନ୍‌ ପରିବର୍ତ୍ତେ କାଉ ମାଂସ ବିକ୍ରି କରାଯାଉଥିବା ଖାଦ୍ୟ ଯୋଗାଣ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଏହା ପରେ ଚଢ଼ାଉ କରାଯିବାରୁ ସତ୍ୟତା ଜଣାପଡ଼ିଛି। ଅଧିକାରୀମାନେ ଯାଞ୍ଚ କରିବାରୁ ଉକ୍ତ ଦୋକାନରେ କାଉ ମାଂସରେ ବିରିୟାନି କରାଯାଇ ଗ୍ରାହକଙ୍କୁ ଭୁଆଁ ବୁଲାଯାଉଥିବା ସ୍ପଷ୍ଟ ହୋଇଥିଲା। ଏହି ମାମଲାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ୧୫୦ ମୃତ କାଉ ଜବତ କରିଛି।
ପୋଲିସ କହିଛି, କାଉଗୁଡ଼ିକୁ ଚାଉଳରେ ବିଷ ମିଶାଯାଇ ଖାଇବାକୁ ଦିଆଯାଉଥିଲା। ସେମାନେ ଖାଇବାରୁ ମୃତ୍ୟୁ ଘଟୁଥିଲା। ପରେ ଦୋକାନୀ ଏହାକୁ ନେଇ ବିରିୟାନିରେ ମିଶାଇ ଲୋକଙ୍କୁ ବିକୁଥିଲେ। କାରଣ କାଉ ମାଂସରେ ବହୁ ଲାଭ ହେଉଥିଲା। ଏହା ପୂର୍ବରୁ ମୁମ୍ବାଇ, ନଏଡା ଏବଂ କୋଲକାତାରେ ଚିକେନ୍‌ ଏବଂ ମଟନ ନାମରେ କୁକୁର, ବିଲେଇ ମାଂସ ବିକ୍ରି କରାଯାଇଥିବା ଶୁଣିବାକୁ ମିଳିଥିଲା।

Share