ଚିଟିକାମାଲରେ ଦମ୍ପତିଙ୍କୁ ହତ୍ୟା ଘଟଣା:ଗୁଣିଗାରେଡ଼ିରୁ ହତ୍ୟା ସ୍ପଷ୍ଟ

ବଲାଙ୍ଗୀର ଅଫିସ/ ପାଟଣାଗଡ଼,୨୦-୯ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗଁାରେ ଗତ ୧୬ ତାରିଖରେ ସଂଘଠିତ ଦମ୍ପତି ହତ୍ୟା ଘଟଣା ଗୁଣିଗାରେଡିରୁ ହୋଇଥିବା ପୋଲିସ ସ୍ପଷ୍ଟ କରିଛି। ଏସ୍‌ପି ମାଡକର ସନ୍ଦୀପ ସମ୍ପତ୍‌ ପାଟଣାଗଡ଼ ଥାନାରେ ଏକ ଖବରତାଦା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗୁଣିଗାରେଡି ସନ୍ଦେହରେ ଚିଟିକାମାଲ ଗଁାର ଚିନ୍ତାମଣି ବରିହା ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀଙ୍କୁ ନିର୍ମମ ହତ୍ୟା କରାଯାଇ ପାଖ ପାହାଡରେ ଫିଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ା ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଛି। ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ବୋଲି ଏସପି ସୂଚନା ଦେଇଛନ୍ତି ା ଏସପି ସମ୍ପତ୍‌ କହିଥିଲେ ଯେ, ଗିରଫ ସମସ୍ତ ଅଭିଯୁକ୍ତ ଦୋଷ ସ୍ବୀକାର କରିଛନ୍ତି ଓ ଗୁଣିଗାରେଡି ସନ୍ଦେହରୁ ସେମାନେ ଏଭଳି କାଣ୍ଡ କରିଥିତ୍ବା କହିଛନ୍ତି ା

Share