ଚିଟ୍‌ଫଣ୍ଡ ଠକେଇ ମାମଲା ଶାଖା ପରିଚାଳକଙ୍କୁ ଜେଲ୍‌, ଜରିମାନା

କଟକ ଅଫିସ,୨୪ା୧୨- ଜଗତ୍‌ସିଂହପୁର ଜିଲା ରଘୁନାଥପୁରଠାରେ ଥିବା ମାଇକ୍ରୋ ଫାଇନାନ୍ସ କ୍ରେଡିଟ କୋଅପରେଟିଭ ଲିମିଟେଡ୍‌ର ଶାଖା ପରିଚାଳକ ଅମୂଲ୍ୟ ମହାନ୍ତିଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ହୋଇଛି। କଟକ ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍‌ ଓ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ମହାନ୍ତିଙ୍କଠାରୁ ଆଦାୟ ଟଙ୍କାକୁ ୪ ଜଣ ଜମାକାରୀଙ୍କ ମଧ୍ୟରେ ୨୦ହଜାର ଟଙ୍କା ଲେଖାଏ ବଣ୍ଟନ କରିବାକୁ ଆଦେଶ ହୋଇଛି। ଶାଖା ପରିଚାଳକ ମହାନ୍ତିଙ୍କ ବିରୋଧରେ ଚିଟ୍‌ଫଣ୍ଡ ଠକେଇକୁ ନେଇ ମାମଲା ରୁଜୁ ହୋଇଥିଲା। ଲୋକଙ୍କୁ ପ୍ରଲୋଭନ ଦେଖାଇ ବହୁ ଟଙ୍କା ଠକି ନେଇଥିବା ଅଭିଯୋଗ ହେବା ପରେ ରଘୁନାଥପୁର ପୋଲିସ ମହାନ୍ତିଙ୍କୁ ୨୦୧୪ରେ ଗିରଫ କରିଥିଲା।

Share